Categories: ବାଣିଜ୍ୟ

ଅଗଷ୍ଟରେ ସୋନାଲିକାର ୧୦,୬୩୪ ୟୁନିଟ୍‌ ବିକ୍ରି

ଭୁବନେଶ୍ୱର,୧୨।୯: ସୋନାଲିକା ଟ୍ରାକ୍ଟର୍ସ ୨୦୨୩ ଅଗଷ୍ଟରେ ମୋଟ ୧୦,୬୩୪ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଏପରିକି କମ୍ପାନୀ ଅଗଷ୍ଟରେ ମାସିକ ସର୍ବାଧିକ ୧୬,୩୦୦ ଟ୍ରାକ୍ଟର ଉପତ୍ାଦନ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଚଳିତ ବର୍ଷ ଅଗଷ୍ଟରେ ଆମେ ୧୦,୬୩୪ ୟୁନିଟ୍‌ ଟ୍ରାକ୍ଟର ବିକ୍ରି ସହ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛୁ। ଏପରିକି ଆମ ନିକଟରେ ଆଗାମୀ ପାର୍ବଣ ଋତୁ ପାଇଁ ଏକ ମଜଭୁତ ପ୍ଲାଟ୍‌ଫର୍ମ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ପ୍ରତ୍ୟେକ କୃଷକଙ୍କ ଚାହିଦା ପୂରଣ କିବା ପାଇଁ ୨୦୨୩ ଅଗଷ୍ଟରେ ସର୍ବାଧିକ ୧୬,୩୦୦ ଟ୍ରାକ୍ଟର ଉପତ୍ାଦନ କରିଛୁ। ସେହିଭଳି ଶକ୍ତିଶାଳୀ ଇଞ୍ଜିନ, ଇଣ୍ଟେଲିଜେଣ୍ଟ ଟ୍ରାନ୍ସମିଶନଠାରୁ ଆରମ୍ଭକରି ଠିକ୍‌ ହାଇଡ୍ରୋଲିକ୍ସ ପର୍ଯ୍ୟନ୍ତ ଆମେ ହୋସିଆର୍‌ପୁରସ୍ଥିତ ଟ୍ରାକ୍ଟର ମାନୁଫ୍ୟାକ୍ଚରିଂ ୟୁନିଟ୍‌ରେ ସବୁ କିଛି ଇନ୍‌-ହାଉସ୍‌ ନିର୍ମାଣ କରୁଛୁ। ବିଶେଷ କରି ଆମେ ଆଗାମୀ ପାର୍ବଣଋତୁ ଏବଂ କୃଷକ କୈନ୍ଦ୍ରିକ ଉପତ୍ାଦ ଓ ସେବାଗୁଡିକ ସହ ଭାରତୀୟ ଟ୍ରାକ୍ଟର ଶିଳ୍ପରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ରହିଛୁ। ବିଶେଷ କରି କୃଷକମାନଙ୍କ ପରିଚାଳନାକୁ ଉନ୍ନତ କରିବା ଓ ପ୍ରାକୃତିକ ଭାବେ ସେମାନଙ୍କର ସମୃଦ୍ଧତା ନିଶ୍ଚିତ କରିବା ପାଇଁ ୨୦-୧୨୦ ଏଚ୍‌ପିରେ ସୋନାଲିକାର ହେଭି ଡ୍ୟୁଟି ଟ୍ରାକ୍ଟର ରେଞ୍ଜକୁ ସ୍ବତନ୍ତ୍ର ଓ ଟେକ୍ନୋଲୋଜି ଦୃଷ୍ଟିରୁ ଉନ୍ନତ ଫିଚରଗୁଡିକ ସହ ଡିଜାଇନ୍‌ କରାଯାଇଛି।

Share