Categories: ବାଣିଜ୍ୟ

ଡିସେମ୍ବରରେ ସୋନାଲିକାର ୧୦,୫୭୧ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୩।୧:ଦେଶର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ନବବର୍ଷକୁ ଉଲ୍ଲେଖନୀୟ ସଫଳତା ସହ ଆରମ୍ଭ କରିଛି। କମ୍ପାନୀ ଗତ ଡିସେମ୍ବରରେ ୧୦,୫୭୧ଟି ଟ୍ରାକ୍ଟର ବିକ୍ରି ହୋଇଥିବା ଜଣାପଡ଼ିଛି। ଏଥିରେ ୪୧.୭%ର ଘରୋଇ ଅଭିବୃଦ୍ଧି ସାମିଲ ରହିଛି। ଏହିଭଳି ଭାବେ କମ୍ପାନୀ ଶିଳ୍ପ ଅଭିବୃଦ୍ଧି (ହାରାହାରି୨୬%)କୁ ପଛରେ ପକାଇଛି। ସମାନ ରୂପେ କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରୁ ୩ୟ ତ୍ରୈମାସ ମଧ୍ୟରେ ମୋଟ ୧,୧୮,୪୪୯ଟି ଟ୍ରାକ୍ଟର ବିକ୍ରିକରି ଏହାର ବିଜୟଧାରାକୁ ବଜାୟ ରଖିଛି। ଭାରତରେ ଲକ୍ଷ ଲକ୍ଷ କୃଷକଙ୍କ ଜୀବନରେ ଅସୀମିତ ପ୍ରଗତି ସାମିଲ କରିବାର ମୂଳ ବିଶ୍ୱାସ ସହିତ ସୋନାଲିକା ଟ୍ରାକ୍ଟର୍ସ ସକ୍ରିୟ ଭାବେ ତୃଣମୂଳ ସ୍ତରରେ କୃଷକମାନଙ୍କ ସହ ଯୋଡ଼ିହୋଇ ରହିଛି ଏବଂ ସେମାନଙ୍କୁ ଫାର୍ମ ମେକାନାଇଜେଶନ ଗ୍ରହଣ କରିବା ପାଇଁ ପ୍ରେରିତ କରିଛି। ଏହି ନୂଆ ସଫଳତାରେ ଉତ୍ସାହିତ ହୋଇ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ‘କୃଷି କ୍ଷେତ୍ରରେ ଟେକ୍ନୋଲୋଜରି ଗୁରୁତ୍ୱ ଓ ଗ୍ରହଣୀୟତା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଆମେ ଆମର ଅତ୍ୟାଧୁନିକ ଟେକ୍ନୋଲୋଜି ପରିଚାଳିତ ଟ୍ରାକ୍ଟର ଓ ଉପକରଣଗୁଡିକ ସହ କୃଷକମାନଙ୍କ ଆକାଂକ୍ଷାକୁ ପୂରଣ କରି ଆନନ୍ଦିତ। ୪୧.୭% ଘରୋଇ ଅଭିବୃଦ୍ଧି ଦ୍ୱାରା ପରିଚାଳିତ ହୋଇ ଆମେ ଶିଳ୍ପ ଅଭିବୃଦ୍ଧିକୁ ୧.୬ ଗୁଣ ପଛରେ ପକାଇଛୁ ଏବଂ ଡିସେମ୍ବର ୨୦୨୨ରେ ୧୦,୫୭୧ଟି ଟ୍ରାକ୍ଟର ବିକ୍ରି କରିଛୁ। ଏହା କୃଷି ଯାନ୍ତ୍ରିକୀକରଣର ଚାହିଦା କେବଳ ପାରମ୍ପରିକ ଋତୁରେ ସୀମିତ ନୁହେଁ ବୋଲି ପ୍ରମାଣିତ କରୁଛି। ୨୦୨୩ରେ ପ୍ରବେଶ କରି ଆମେ ଆମର ଦ୍ରୁତ ଉଦ୍ଭାବନ ଜାରି ରଖିଛୁ ଏବଂ କୃଷକମାନଙ୍କୁ ଉତ୍କୃଷ୍ଟମାନର କୃଷି ଟେକ୍ନୋଲୋଜି ପାଇଁ ସହଜ ପହଞ୍ଚ ପ୍ରଦାନ କରିବା ଜାରି ରଖିବୁ।

Share