Categories: ବାଣିଜ୍ୟ

ନଭେମ୍ବରରେ ସୋନାଲିକାର ୧୨,୮୯୧ ୟୁନିଟ ବିକ୍ରି

ଭୁବନେଶ୍ୱର,୧୮।୧୨: ଚଳିତବର୍ଷ ନଭେମ୍ବର ମାସରେ ସୋନାଲିକା ଟ୍ରାକ୍ଟର୍ସ ମୋଟ ୧୨,୮୯୧ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ଗତ ବର୍ଷ ସମାନ ଅବଧି ମଧ୍ୟରେ କମ୍ପାନୀ ମୋଟ ୧୦,୪୬୪ ୟୁନିଟ ଟ୍ରାକ୍ଟର ବିକ୍ରି କରିଥିଲା। ବିଶେଷ କରି ଗତବର୍ଷ ତୁଳନାରେ କମ୍ପାନୀର ଚଳିତବର୍ଷ ପ୍ରାୟ ୨୩% ଅଧିକ ଟ୍ରାକ୍ଟର୍ସ ବିକ୍ରି ହୋଇଛି। ସେହିଭଳି କମ୍ପାନୀ ପ୍ରତ୍ୟେକ ପ୍ରକାରର ମୃତ୍ତିକା ପାଇଁ କଷ୍ଟମାଇଜ୍‌ଡ ଟ୍ରାକ୍ଟର ବିକଶିତ କରି ୨୦୨୩ ନଭେମ୍ବରରେ ୧୬.୩%ର ସର୍ବାଧିକ ବଜାର ଅଂଶ ହାସଲ କରିଛି। ଏଥିସହିତ ସୋନାଲିକା ୨୦୨୩ ନଭେମ୍ବରରେ ଶିଳ୍ପ ଅଭିବୃଦ୍ଧି (ହାରାହାରି ୨%) କୁ ମଧ୍ୟ ପଛରେ ପକାଇଛି ଏବଂ ୨୦୧୮ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ କ୍ରମାଗତ ଭାବେ ୭ ବର୍ଷ ଲାଗି ୧ ଲକ୍ଷ ଟ୍ରାକ୍ଟର ବିକ୍ରି ମାଇଲଖୁଣ୍ଟକୁ ଅତିକ୍ରମ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଆମେ ଶିଳ୍ପରେ ସର୍ବାଧିକ ୨୩%ର ଅଭିବୃଦ୍ଧି ସହିତ ୨୦୨୩ ନଭେମ୍ବରରେ ସର୍ବୋଚ୍ଚ ୧୬.୩%ର ବଜାର ଅଂଶ ହାସଲ କରି ବେଶ୍‌ ଉତ୍ସାହିତ ଅଛୁ। ଏଥି ସହିତ ଆମେ କେବଳ ଗତ ୮ମାସରେ ୧ଲକ୍ଷ ଟ୍ରାକ୍ଟର ବିକ୍ରି ରେକର୍ଡକୁ ଅତିକ୍ରମ କରିଛୁ। ଏହି ନୂଆ ରେକର୍ଡ ପ୍ରଦର୍ଶନ ସମଗ୍ର କୃଷି ସମୁଦାୟ ପ୍ରତି ସୋନାଲିକାର ସାମଗ୍ରିକ ଆଭିମୁଖ୍ୟର ଏକ ଫଳାଫଳ ଅଟେ। ଟ୍ରାକ୍ଟର ଶିଳ୍ପରେ ପ୍ରତିଯୋଗୀପୂର୍ଣ୍ଣ ପରିବେଶ ସତ୍ତ୍ୱେ ଶିଳ୍ପ ଅଭିବୃଦ୍ଧିକୁ ପଛରେ ପକାଇବା ଏହା ପ୍ରମାଣିତ କରୁଛି ଯେ, ଆମର ଟ୍ରାକ୍ଟରଗୁଡିକ ଠିକ୍‌ ଟେକ୍ନୋଲୋଜି ଓ ଉଚିତ ମୂଲ୍ୟ ସହିତ କୃଷକମାନଙ୍କ ବିଶ୍ୱାସ ଜିତିଛନ୍ତି। ଅପରପକ୍ଷରେ ସୋନାଲିକା ଠିକ୍‌ ସମୟରେ ଉପତ୍ାଦ ଉପଲବ୍ଧତା ଓ ଉପଯୁକ୍ତ ଉପତ୍ାଦ ମିଶ୍ରଣ ସହ ଜଡିତ ହୋଇ ପାର୍ବଣ ଋତୁ ସମୟରେ ଅଧିକ ବିକ୍ରି ଭଳି ଅନୁକୂଳ ପରିସ୍ଥିତି କମ୍ପାନୀକୁ ଏହି ନୂତନ ସଫଳତା ହାସଲ କରିବା ପାଇଁ ସକ୍ଷମ କରିଥିଲା। ଏହି ନୂଆ ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ରୁତ କୃଷି ବିକାଶ ଓ କୃଷକଙ୍କ ପ୍ରଗତିଶୀଳ ଭବିଷ୍ୟତକୁ ନୂଆ ରୂପ ଦେବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି।

 

Share