Categories: ବାଣିଜ୍ୟ

ପ୍ରଥମ ତ୍ରୈମାସରେ ସୋନାଲିକାର ୪୦,୭୦୦ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୬।୭: ଦେଶର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ୪୦,୭୦୦ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ଆର୍ଥିକ ବର୍ଷର ସର୍ବୋଚ୍ଚ ତ୍ରୈମାସିକ ବିକ୍ରି ରେକର୍ଡ ହାସଲ ସହ ଘରୋଇ ଶିଳ୍ପ ଅଭିବୃଦ୍ଧିକୁ ମଧ୍ୟ ପଛରେ ପକାଇଛି। ବିଶେଷକରି କୃଷକଙ୍କ ଆବଶ୍ୟକତା ପୂରଣ କରିବା ସହିତ ଉଦ୍ଭାବନ କ୍ଷେତ୍ରରେ କମ୍ପାନୀ ମଜଭୁତ ସାମ୍ରାଜ୍ୟ ବଜାୟ ରଖିଛି। ସେହିଭଳି ସୋନାଲିକାର ହେଭି ଡ୍ୟୁଟି ଟ୍ରାକ୍ଟର ଓ ଅଞ୍ଚଳକୈନ୍ଦ୍ରିକ ଆଭିମୁଖ୍ୟ ଏହାର ଅଭିବୃଦ୍ଧି ବେଗକୁ ଆଗକୁ ବଢିବାରେ ସାହାଯ୍ୟ କରିଛି। ସେହିପରି କୃଷକମାନଙ୍କୁ ଶକ୍ତିଶାଳୀ କରିବା ସହିତ ସୋନାଲିକା ଟ୍ରାକ୍ଟରର ହେଭି ଡ୍ୟୁଟି ଟ୍ରାକ୍ଟର ରେଞ୍ଜ ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ସାହିତ ରହିଛି, ଯାହା ଟେକ୍‌-ସକ୍ଷମ ଓ ସୁଲଭ କୃଷିକୁ ସୁନିଶ୍ଚିତ କରୁଛି, ବିଶ୍ୱର ଏକ ନମ୍ବର ଟ୍ରାକ୍ଟର ଉପତ୍ାଦନକାରୀ କାରଖାନାରେ ନିର୍ମିତ ସୋନାଲିକାର ୨୦-୧୨୦ ଏଚ୍‌ପି ମଧ୍ୟରେ ବିସ୍ତୃତ ଟ୍ରାକ୍ଟର ରେଞ୍ଜକୁ ୧୫୦ରୁ ଅଧିକ ଦେଶର ୧୪ ଲକ୍ଷରୁ ଅଧିକ କୃଷକ ବିଶ୍ୱାସ କରୁଛନ୍ତି।
ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀ ୪୦,୭୦୦ ୟୁନିଟ ଟ୍ରାକ୍ଟର୍‌ ବିକ୍ରି କରିବା ସହ ଘରୋଇ ଶିଳ୍ପ ଅଭିବୃଦ୍ଧିକୁ ଅତିକ୍ରମ କରିବା ପାଇଁ ସକ୍ଷମ ହୋଇଛି।

 

Share