Categories: ବାଣିଜ୍ୟ

ସୋନାଲିକାର ରେକର୍ଡ ପରିମାଣର ବିକ୍ରି

ଭୁବନେଶ୍ୱର,୨୧।୧୦: ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ମଧ୍ୟରେ ସୋନାଲିକା ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସୋନାଲିକା ମୋଟ ୭୮,୭୯୩ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ହେଭି ଡ୍ୟୁଟି ଟ୍ରାକ୍ଟର ରେଞ୍ଜ ଉପତ୍ାଦନ ସମେତ ଅଫିସିଆଲ ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ମୂଲ୍ୟ ପ୍ରଦର୍ଶିତ କରିବା ଭଳି ବୈପ୍ଲବିକ ପଦକ୍ଷେପ ଗ୍ରହଣକରି ସୋନାଲିକା ଟ୍ରାକ୍ଟର ଉଦ୍ୟୋଗରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛି। ଏ ସମ୍ପର୍କରେ କମ୍ପାନୀର ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ରମଣ ମିତ୍ତଲ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ (୬ ମାସ)ରେ ଆମେ ୭୮,୭୯୩ ଟ୍ରାକ୍ଟର ବିକ୍ରିକରି ଉଦ୍ୟୋଗରେ ସର୍ବାଧିକ ଘରୋଇ ବିକ୍ରି ଅଭିବୃଦ୍ଧି ହାସଲ କରିଛୁ। ଏପରିକି ବଜାରରେ ପ୍ରଭାବଶାଳୀ ପ୍ରଦର୍ଶନ ସହ କମ୍ପାନୀ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ୨୦୨୩ ସେପ୍ଟେମ୍ବରରେ ଆମେ ୧୫.୮% ର ସର୍ବାଧିକ ବଜାର ଅଂଶ ମଧ୍ୟ ହାସଲ କରିଛୁ। ଏହି ଦମ୍‌ଦାର ପ୍ରଦର୍ଶନ ସହ କୃଷକଙ୍କ ପାଇଁ ଅଧିକ ଆନନ୍ଦ ଆଣିବା ଲାଗି ଆମେ ନିକଟରେ ‘୫ ବର୍ଷ ୱାରେଣ୍ଟି’ର ଶୁଭାରମ୍ଭ କରିଛୁ, ଯାହା କୃଷକମାନଙ୍କ ସହ ଆମ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ନୂତନ ବଜାରରେ ପ୍ରବେଶ କରିବାରେ ସକ୍ଷମ କରିବ। ସେହିଭଳି ଆମର ହେଭି ଡ୍ୟୁଟି ଟ୍ରାକ୍ଟର ରେଞ୍ଜଗୁଡ଼ିକ କୃଷକଙ୍କ ସନ୍ତୋଷ ବୃଦ୍ଧି ଏବଂ ଉପତ୍ାଦକତା, ସମୃଦ୍ଧି ଓ ଜୀବନରେ ସ୍ଥାୟୀ ବୃଦ୍ଧି ସୁନିଶ୍ଚିତ କରିବା ନିମନ୍ତେ କଷ୍ଟମାଇଜ ହୋଇଛି ା

Share