Categories: ବାଣିଜ୍ୟ

ସୋନାଲିକାର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୦।୧୧: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ପ୍ରତ୍ୟେକ ଋତୁରେ ନିଜର ହେଭି-ଡ୍ୟୁଟି ଟ୍ରାକ୍ଟରଗୁଡିକ ସହିତ ଚାଷୀମାନଙ୍କ ସହ ପ୍ରଗତିଶୀଳ ଭାବେ ଆଗକୁ ବଢୁଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା (ଏପ୍ରିଲରୁ ଅକ୍ଟୋବର) ୧୫%ର ସର୍ବୋଚ୍ଚ ବଜାର ଅଂଶ ହାସଲ କରିଛି ଏବଂ ବଜାରରେ ଶୀର୍ଷ ଅଂଶଧନ ହାସଲକାରୀଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଏହି ଅସାଧାରଣ ସଫଳତାରେ ୨୦୨୩ ଅକ୍ଟୋବରରେ ୧୮,୦୦୨ଟି ଟ୍ରାକ୍ଟର ବିକ୍ରିର ଚମତ୍କାର ରେକର୍ଡ ମଧ୍ୟ ସାମିଲ ରହିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତଲ କହିଛନ୍ତି, ଆମେ ଉଭୟ ଘରୋଇ ଓ ସାମଗ୍ରିକ ସ୍ତରରେ ଭଲ ସ୍ଥିତିରେ ରହିଛୁ, ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ସର୍ବୋଚ୍ଚ ୧୫%ର ମୋଟ ବଜାର ଅଂଶଧନ ହାସଲ କରି ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଘରୋଇ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିବା ଏକମାତ୍ର ବ୍ରାଣ୍ଡ୍‌ରେ ପରିଣତ ହୋଇଛୁ।

Share