Categories: ବାଣିଜ୍ୟ

ସୋନାଲିକାର ଅତ୍ୟାଧୁନିକ ଟ୍ରାକ୍ଟର୍‌ ରେଞ୍ଜ୍‌ ଉନ୍ମୋଚିତ

ଭୁବନେଶ୍ୱର, ୨୦।୨: ସୋନାଲିକା ଟ୍ରାକ୍ଟର୍ସର ଅତ୍ୟାଧୁନିକ ଟ୍ରାକ୍ଟର୍‌ ରେଞ୍ଜ୍‌ ନିକଟରେ ଆୟୋଜିତ କୃଷି ଓଡ଼ିଶା ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ବ୍ରାଣ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଟେକ୍ନୋଲୋଜିରେ ସୁସଜ୍ଜିତ ଟ୍ରାକ୍ଟରଗୁଡ଼ିକର ବଜାର ପ୍ରବେଶ ହୋଇଥିବା ଜଣାପଡ଼ିଛି। ଏପରି କି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉପତ୍ାଦନ ବିଭାଗର ନିର୍ଦ୍ଦେଶକ ପ୍ରେମ୍‌ ଚନ୍ଦ୍ର ଚୌଧାରୀଙ୍କ ଉପସ୍ଥିତିରେ ସୋନାଲିକାର ୫ଟି ଅତ୍ୟାଧୁନିକ ଟେକ୍ନୋଲୋଜି ପରିଚାଳିତ ଆଗ୍ରୋ ମେଶିନେରିର ଉନ୍ମୋଚନ କରାଯାଇଥିଲା।

ଏ ସମ୍ପର୍କରେ ସୋନାଲିକା ଟ୍ରାକ୍ଟର୍ସର ବରିଷ୍ଠ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ଡିଭିଜନ ହେଡ୍‌ ବି.ଏନ୍‌.ପାଣ୍ଡେ କହିଛନ୍ତି, କୃଷି ଓଡ଼ିଶା ହେଉଛି ରାଜ୍ୟରେ ଏକ ବିଶାଳ ପ୍ରଦର୍ଶନୀ, ଯାହା ଆମର ପ୍ରିମିୟମ ଟ୍ରାକ୍ଟର ଓ କୃଷି ଉପକରଣଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଆମକୁ ଏକ ଉନ୍ନତ ସୁଯୋଗ ପ୍ରଦାନ କରିଛି। ସେହିପରି ସୋନାଲିକା ଟ୍ରାକ୍ଟର୍ସର ବରିଷ୍ଠ ରାଜ୍ୟ ମୁଖ୍ୟ ବିବେକ ବାଜପେୟୀ କହିଛନ୍ତି, ପ୍ରତିବର୍ଷ ଓଡ଼ିଶାକୁ ବହୁସଂଖ୍ୟକ ଲୋକ ଆସିଥାନ୍ତି ଏବଂ କୃଷକମାନଙ୍କୁ ନୂଆ କୃଷି ଟେକ୍ନୋଲୋଜି ସମ୍ପର୍କରେ ଜିଜ୍ଞାସୁ ହେଉଥିବାର ଦେଖିବା ହୃଦୟସ୍ପର୍ଶୀ ଅଟେ।

Share