ମୁମ୍ବାଇରେ ପହଞ୍ଚିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହା ତାଙ୍କର ପ୍ରଥମ ସନ୍ତାନ ହେବ। ଯେଉଁଥିପାଇଁ ସୋନମଙ୍କ ପୂରା ପରିବାରରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ନିକଟରେ ଲଣ୍ଡନରେ ସୋନମଙ୍କ ପାଇଁ ଏକ ଚମତ୍କାର ବେବି ସାଓ୍ବାର ପାର୍ଟି ଅନୁଷ୍ଠିତ ହୋଇଥିଲା। ଏବେ ସୋନମ ପରିବାର ସଦସ୍ୟଙ୍କ ସହ ମୁମ୍ବାଇରେ ଆଉ ଏକ ବେବି ସାଓ୍ବାର ପାର୍ଟି ରଖିଛନ୍ତି। ଯେଉଁଥି ପାଇଁ ସୋନମ ଗୁରୁବାର ରାତିରେ ମୁମ୍ବାଇରେ ପହଞ୍ଚିଥିଲେ। ଫଟୋଗ୍ରାଫରମାନେ ଅଭିନେତ୍ରୀଙ୍କ ଫଟୋ ନେବାକୁ ଭିଡ଼ ଜମାଇଥିଲେ।

ଗର୍ଭାବସ୍ଥା ପରେ ସୋନମ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ପରିବର୍ତ୍ତିତ ରୂପ ଦେଖି ପ୍ରଶଂସକମାନେ ବହୁତ ପ୍ରଶଂସା କରିଛନ୍ତି। ଏହି ଅଭିନେତ୍ରୀ ମୁମ୍ବାଇ ବିମାନବନ୍ଦରରେ ଏକ ହଳଦିଆ ଗାଉନ ଏବଂ ଭ୍ୟାନିଟି ଧରିଥିବାର ନଜର ଆସିଥିଲେ। କରୋନା ଗାଇଡ୍‌ଲାଇନ୍‌କୁ ଧ୍ୟାନରେ ରଖି ସୋନମ ଏକ ମାସ୍କ ବି ପିନ୍ଧିଥିଲେ। ଏହି  ସୋନମ ବେବି ବମ୍ପ୍‌ ଲୁକରେ ବହୁତ ସୁନ୍ଦର ଦିଶୁଥିଲେ।

ଜଣେ ୟୁଜର କହିଛନ୍ତି, ସୋନମ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅନ୍ୟ ଜଣେ କହିଛନ୍ତି, ‘ଆଣ୍ଟି, ଏହା ପ୍ରକୃତରେ ସୁନ୍ଦର।’ ଅନ୍ୟ ଜଣେ କହିଛନ୍ତି, ’ମୁଁ ସୋନମଙ୍କ ଡ୍ରେସ୍‌କୁ ଭଲ ପାଏ, କାହିଁକି ଜାଣେ ନାହିଁ।’

Share