ପୁଅ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି ସୋନମ

ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ମାତୃତ୍ୱର ସୁନ୍ଦର ଯାତ୍ରା ଉପଭୋଗ କରୁଛନ୍ତି। ନିକଟରେ ସେ ତାଙ୍କ ପୁଅ ବାୟୁକୁ ଦୁନିଆକୁ ସ୍ବାଗତ କରିଥିଲେ। ଚଳିତବର୍ଷ ବାୟୁଙ୍କ ଏହା ପ୍ରଥମ ଦୀପାବଳି। ଏହାକୁ ଧୂମଧାମରେ ପାଳନ କରିବା ପାଇଁ ସୋନମ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେ ପୁଅର ପ୍ରଥମ ଦୀପାବଳି ପାଇଁ ଏକ ସ୍ବତନ୍ତ୍ର ପୋଷାକ ପ୍ରସ୍ତୁତ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଷ୍ଟାଟସରେ ସେ ଏହାର ଫଟୋ ଦେଇଛନ୍ତି। ଫଟୋରେ ଏକ କ୍ରିମ ରଙ୍ଗର କୁର୍ତ୍ତା ଦେଖାଯାଇଛି।
ସୋନମ କହିଛନ୍ତି, ଏହି ପୋଷାକକୁ ପ୍ରସିଦ୍ଧ ଡିଜାଇନର୍‌ ରୋହିତ ବଲ ଡିଜାଇନ କରିଛନ୍ତି। ଫଟୋ ସହିତ ଡିଜାଇନଙ୍କୁ ଟ୍ୟାଗ କରି ସୋନମ ଲେଖିଛନ୍ତି, ବହୁତ ସୁନ୍ଦର, ବାୟୁ ଏଥିରେ ବହୁତ ସୁନ୍ଦର ଦେଖାଯିବାକୁ ଯାଉଛନ୍ତି।
ସୋନମ ଦୀର୍ଘ ଦିନ ହେବ ଫିଲ୍ମଠାରୁ ଦୂରେଇ ଅଛନ୍ତି। ଅଗଷ୍ଟ ୨୦ରେ ସୋନମ କପୁର ତାଙ୍କ ପୁଅକୁ ଜନ୍ମ ଦେଇଥିଲେ।

 

Share