ଏହି କାରଣ ପାଇଁ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ ସୋନମ କପୁର, ପ୍ରଥମ ଫିଲ୍ମ ପାଇଁ ରାଜିହେବାକୁ ଲାଗିଥିଲା ଦେଢ଼ ବର୍ଷ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ୨୦୦୭ ମସିହାରେ ସଞ୍ଜୟ ଲିଲା ଭଁସାଲୀଙ୍କ ଫିଲ୍ମ ସାୱରିୟାରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ରଣବୀର କପୁର ମୁଖ୍ୟ ଭୂମିକାରେ ନଜର ଆସି ଥିଲେ। ବଲିଉଡର ଏ-ଲିଷ୍ଟର ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ ଅନ୍ୟତମ। କିନ୍ତୁ ବୋଧହୁଏ ଖୁବ କମ ଲୋକ ଜାଣିଥିବେ, ସୋନମ କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ। ସେ ଜଣେ ଲେଖକ ଏବଂ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ। ଯେଉଁଥିପାଇଁ ସେ ମୁମ୍ବାଇ ଫେରି ଆସି ସଞ୍ଜୟ ଲୀଲା ଭଁସାଲୀଙ୍କ ସହ ସହକାରୀ ଭାବରେ କାମ କରିବା ଆରମ୍ଭ କରିଥିଲେ। ୨୦୦୫ ରେ ସୋନମ ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ଲାକ’ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଲେଖକ ହେବାର ସ୍ବପ୍ନ ନେଇ ସୋନମ ଆସିଥିଲେ। କିନ୍ତୁ ସଞ୍ଜୟ ଲୀଲା ଭଁସାଲୀ ଚାହୁଁଥିଲେ ଯେ ସେ ଜଣେ ଅଭିନେତ୍ରୀ ହୁଅନ୍ତୁ। ସୋନମଙ୍କୁ ‘ସାୱରିୟା’ ଫିଲ୍ମ ପାଇଁ ମନାଇବା ପାଇଁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିଥିଲା।

Share