ଗୁଡ୍ ନ୍ୟୁଜ ଦେବେ ସୋନମ!

ମୁମ୍ବାଇ: ବେଶ୍ କିଛିଦିନ ହେବ ବଲିଉଡ୍ ଦୁନିଆରୁ ଟିକେ ଦୂରେଇ ରହିଥିବା ସୋନମ କପୁର ଗୁଡ୍ ନ୍ୟୁଜ ଦେବେ ବୋଲି ଅନୁମାନ କରାଯାଉଛି । ନିକଟରେ ତାଙ୍କ ସାନ ଭଉଣୀ ରିୟା କପୁରଙ୍କ ବିବାହରେ ଯୋଗ ଦେଇଥିବା ସୋନମ ଟିକେ ଭିନ୍ନ ଲାଗୁଥିବାରୁ ଏମିତି ଅନୁମାନ କରାଯାଉଛି । ଇତିମଧ୍ୟରେ ରିଆ କପୁର ତାଙ୍କ ପୁରୁଷ ବନ୍ଧୁ କରନ ବୁଲାନିଙ୍କୁ ବିବାହ କରି ସାରିଛନ୍ତି । ଏହା ବହୁ ଆଡମ୍ବରରେ ହୋଇ ନ ଥିଲେ ବି ଅନେକେ ସେଲିବ୍ରିଟି ଏଥିରେ ଯୋଗ ଦେଇଥିବା କୁହାଯାଏ । ତେବେ ଲଣ୍ଡନରୁ ମୁମ୍ବାଇ ଆସିଥିବା ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ଉପରେ ଥାଏ ସମସ୍ତଙ୍କ ନଜର । କାରଣ ଏଥର ସୋନମ ସାମାନ୍ୟ ହେଲଦି ହୋଇଯାଇଥିବା ଦେଖାଯାଇଥିଲା । ଆଉ କେହି ଏକଥା ନ ପଚାରି ବରଂ ସମସ୍ତେ ଅନୁମାନ ଲଗାଉଛନ୍ତି କି ସୋନମ ବୋଧହୁଏ ମା’ ହେବାକୁ ଯାଉଛନ୍ତି । ହେଲେ ନିକଟରେ ଏମିତିକି କିଛି ପ୍ରଶ୍ନକୁ ଖଣ୍ଡନ କରିଥିଲେ ନିଜେ ସୋନମ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସୋନମ ଅବଶ୍ୟ ଏହାକୁ ନେଇ ଦୁଃଖ ପ୍ରକାଶ କରି ନ ଥିଲେ କିନ୍ତୁ ଭଉଣୀର ବିବାହରେ ସେ ଖୁବ୍ ଖୁସି ଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ଅଭିନେତ୍ରୀ ‘ବ୍ଲାଇଣ୍ଡ’ ମୁଭିରେ ଦେଖାଦେବେ ବୋଲି ଜଣାପଡିଛି ।

Share