ସୋନମଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଇଛନ୍ତି । ନିଜର ଅଭିନୟ ସାଙ୍ଗକୁ ଫ୍ୟାଶନ ଷ୍ଟେଟମେଣ୍ଟକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି ଏହି ଅଭିନେତ୍ରୀ । ଏଥିପାଇଁ ତାଙ୍କୁ ଫ୍ୟାଶନ ଡିଭା ବୋଲି ମଧ୍ୟ କୁହାଯାଇଥାଏ । ଏବେ କିଛିଦନ ହେବ ନିଜର ନୂଆ ନୂଆ ଲୁକ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚିତ ସୋନମ । ନିକଟରେ ସେ ଏକ ଫଟୋଶୁଟ୍ କରିଥିବା ବେଳେ ଏହାର କିଛି ଫଟୋ ଇନଷ୍ଟାଗ୍ରମାରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଫଟୋରେ ସୋନମ ଖୁବ୍ ସନ୍ଦର ବି ଲାଗୁଛନ୍ତି । ଏଥିରେ ସୋନମ ଫ୍ରେଞ୍ଚ ଫ୍ୟାଶନ ଡିଜାଇନର ଷ୍ଟିଫନ ରୋନାଲ୍ଡଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଗାଉନ୍ ପିନ୍ଧିଛନ୍ତି । ହଳଦିଆ ରଙ୍ଗର ଏହି ଗାଉନ୍ ସହ ସୋନମ ଭିନ୍ନ ଭିନ୍ନ ପୋଜ୍ ଦେଇଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହି ଗାଉନରେ ଅଣ୍ଟାରେ ଏକ ବ୍ଲାକ ବେଲ୍ଟ ବି ଲାଗିଛି । ଯାହା ଗାଉନର ଲୁକ୍‌କୁ ଦ୍ୱିଗୁଣା କରୁଛି । ଗାଉନର ଏମ୍ରୋଡୋରୀ ଜୁଏଲାରୀ ଭଳି ଲାଗୁଥିବା ବେଳେ ସୋନମ ଯେଉଁ ନେକଲେସ୍ ପିନ୍ଧିଛନ୍ତି ତାହା ତାଙ୍କ ସୁନ୍ଦରତାକୁ ଦ୍ୱିଗୁଣା କରୁଛି । ସୋନମଙ୍କର ଏହି ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

Share