ପୁଅକୁ କ୍ରିକେଟର କରିବାକୁ ଚାହୁଁଛନ୍ତି ସୋନମ!

ମୁମ୍ବାଇ: ସୋନମ କପୁର ଓ ଆନନ୍ଦ ଆହୁଜା କିଛିଦିନ ହେବ ତାଙ୍କ ୧୦ ମାସର ପୁଅ ବାୟୁ ସହ ସ୍ପଟ ହେଉଛନ୍ତି। ଏବେ ଏହି କପଲ ବେବି ସହ କିଛି ଖାସ ଟାଇମର ଫଟୋ କ୍ୟାମେରାରେ କ୍ୟାପଚର କରିବାକୁ ପସନ୍ଦ କରୁଛନ୍ତି। ଆଉ ସୋସିଆଲ ମିଡିଆରେ ପୁଅ ସହ କିଛି ଫଟୋବି ଏହି କପଲ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରୁଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ଏମାନେ ବାୟୁର ଫେସ ରିଭିଲ କରି ନାହାନ୍ତି। ନିକଟରେ ଏମାନେ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଅତ୍ୟନ୍ତ କ୍ୟୁଟ ହୋଇଛି।
ସୂଚନାଯୋଗ୍ୟ, ଦମ୍ପତ୍ତି ପୁଅକୁ ନେଇ ଲଣ୍ଡନର ପପୁଲାର ଲର୍ଡସ କ୍ରିକ୍ରେଟ ଗ୍ରାଉଣ୍ଡ ଯାଇଥିବା ଦେଖାଯାଇଛି। ଆଉଟିଂର ଫଟୋ ଏବେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋ ଗୁଡିକ ବେଶ ସୁନ୍ଦର ହୋଇଛି। ଏଥିରେ ସୋନମ ଓ ଆନନ୍ଦ ବ୍ଲାକ କଲର ଆଉଟଫିଟରେ ଟ୍ୟୁନିଂଗ କରୁଥିବା ବେଳେ ବାୟୁ ହ୍ବାଇଟ ପ୍ରିଣ୍ଟେଡ ଆଉଟ ଫିଟରେ ନଜର ଆସିଛନ୍ତି। ଏଥିରେ ବି ଏହି କପଲ ପୁଅର ଫେସ ରିଭିଲ କରି ନାହାନ୍ତି। ସବୁଫଟୋ ପଛରୁ ଉଠାଯାଇଛି। ଶେୟାର କରିଥିବା ୩ଟି ଯାକ ଫଟୋ ଖୁବ ସୁନ୍ଦର ହୋଇଛି। ଏହି ଫଟୋକୁ ଶେୟାର କରି ଆନନ୍ଦ କ୍ୟାପଶନରେ ଲେଖିଛନ୍ତି, ‘ମୁଝେ ଟିମ ମେ ଲେଲୋ, କୋଚ. ମେ ତୟାର ହୁଁ, #Vayuparents #everydayphenomenal”।

Share