ସ୍ବାମୀଙ୍କ ଏମିତି ପୋଷ୍ଟ ଦେଖି ରହିପାରିଲେନି ଏହି ଅଭିନେତ୍ରୀ: ସିଧା କହିଲେ ବେଡ୍‌କୁ ଆସ, ପରେ ୟୁଜର୍ସ ଲେଖିଲେ ଏମିତି

ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନ୍‌ ସେନ୍ସେଶନ ସୋନମ କପୁର ତାଙ୍କ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ଅନେକ ସମୟରେ ସେ ସ୍ବାମୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସେ ୨୦୧୮ ମସିହାରେ ବ୍ୟବସାୟୀ ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ ।

ଏବେ ଆନନ୍ଦ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ସ୍ତ୍ରୀଙ୍କ ସହ କିଛି ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଫଟୋ ଶେୟାର କରି ଆନନ୍ଦ କହିଛନ୍ତି, ସେ ତାଙ୍କ ବିବାହ ବାର୍ଷିକୀ ଦିନ ଫଟୋ ପୋଷ୍ଟ କରିପାରି ନ ଥିଲେ। ତେଣୁ ବର୍ତ୍ତମାନ ସେ ଏହା କରୁଛନ୍ତି। ବିଶେଷକଥା ହେଉଛି ସୋନମ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏପରି କଥା କହିଛନ୍ତି ଯେ ସେ ଆଲୋଚନାକୁ ଆସିଛନ୍ତି। ଏଥିପାଇଁ ତାଙ୍କ ମଜାଳିଆ ପୋଷ୍ଟ ଆଲୋଚନାର ବିଷୟ ପାଲଟିଛି।

ସୋନମ ଏହି ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି, ‘ତୁମକୁ ଭଲ ପାଏ … ତୁମକୁ ଭଲ ପାଏ … ଏବେ ଶୋଇବାକୁ ଆସ।’ ସୋସିଆଲ ମିଡିଆରେ ଆନନ୍ଦଙ୍କ ଏହି ପୋଷ୍ଟକୁ ଅଧିକ ପସନ୍ଦ କରାଯାଉଛି ଏବଂ ସୋନମଙ୍କ ଏହି ମନ୍ତବ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

କିଛି ୟୁଜର୍ସ କହିଛନ୍ତି, ଏହା କେବଳ ଦେଖେଇ ହେବା କହିଥିବା ବେଳେ କେତେକ ସେମାନଙ୍କୁ ପରିବାର ବଢ଼େଇବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏଥିସହ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ସୋନମ ଖୁବ ଶୀଘ୍ର ‘ଭଲ ଖବର’ ଦେବାକୁ ଯାଉଛନ୍ତି।

Share