ସୋନମ ଜଣାଇଲେ କେବେ ଦେଖାଇବେ ପୁଅର ଝଲକ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଗତବର୍ଷ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ । ସେବେଠାରୁ ତାଙ୍କ ପ୍ରଶଂସକମାନେ ଅଭିନେତ୍ରୀଙ୍କ ପୁଅର ଝଲକ ଦେଖିବାକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଏବେ ସୋନମ କହିଛନ୍ତି ଯେ କେବେ ସେ ବାୟୁ କପୁର ଆହୁଜାଙ୍କ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଶଂସକଙ୍କ ପାଇଁ ଶେୟାର କରିବେ । ଏକ ଲାଟେଷ୍ଟ ଇଣ୍ଟରଭ୍ୟୁରେ ସୋନମ କହିଛନ୍ତି, ଗୋଟେ ଭଲ ବ୍ରେକଅପ୍ ପରେ ଏବେ ସେ ଫିଲ୍ମକୁ କମବ୍ୟାକ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ମୁଁ ପୁଣିଥରେ ସେଟକୁ ଫେରିବାକୁ ଅପେକ୍ଷା କରି ରହିଛି ।
ନ୍ୟୁଜ ଏଜେନ୍ସି ପିଟିଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ ସୋନମ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୁଅ ବାୟୁଙ୍କ ଫଟୋ କେବେ ଶେୟାର କରିବେ ତାକୁ ନେଇ କହିଛନ୍ତି, ମୋତେ ଲାଗୁଛି ଯେପର୍ଯ୍ୟନ୍ତ ସେ ବଡ ହୋଇନାହିଁ, ବାସ୍ତବାରେ ସେ ଯେତେବେଳେ ସ୍ଥିର କରିବ ସେତେବେଳେ ହୁଏତ ତା’ର ଫଟୋ ସୋସିଆଲ ମିଡିଆରେ ଶେୟାର କରାଯିବ ।
ଏହି ଇଣ୍ଟରଭ୍ୟୁରେ ସୋନମ କହିଛନ୍ତି, ମାଆ ହେବା ଏକ ଭଲ ଅବସର, ହେଲେ ଏବେ ମୁଁ ପୁଣିଥରେ ଫିଲ୍ମ ଦୁନିଆକୁ କମବ୍ୟାକ କରିବାକୁ ଚାହୁଁଛି ।

Share