ମାମୁ ହର୍ଷବର୍ଦ୍ଧନଙ୍କ ସହ ପୁଅର ପ୍ରଥମ ଫଟୋ ଶେୟାର କରି ସୋନମ କହିଲେ , ଆପ ବେଷ୍ଟ ହୈ

ମୁମ୍ବାଇ: ନିକଟରେ ମାଆ ହୋଇଥିବା ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କ ମଦରହୁଡ ଫେଜ ଏନଜୟ କରୁଛନ୍ତି । ଅଭିନେତ୍ରୀ ଚଳିତ ବର୍ଷ ଅଗଷ୍ଟରେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ପ୍ରଥମ ପୁତ୍ର ସନ୍ତାନ ବାୟୁକୁ ଅଗଷ୍ଟ ମାସରେ ସ୍ୱାଗତ କରିଥିଲେ । ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଫ୍ୟାନ୍ସଙ୍କ ସହ ସେ ତାଙ୍କ ପର୍ସନାଲ ଲାଇଫର ଅନେକ କଥା ଶେୟାର କରିଥାଆନ୍ତି । ଶୁକ୍ରବାର ତାଙ୍କ ଭାଇ ହର୍ଷବର୍ଦ୍ଧନଙ୍କ ଜନ୍ମ ଦିନରେ ସେ ଏକ ପ୍ୟାରା ସା ପୋଷ୍ଟ ଶେୟାର କରିଛନ୍ତି । ସୋନମ ତାଙ୍କ ପୁଅ ବାୟୁ ସହ ଭାଇ ହର୍ଷବର୍ଦ୍ଧନଙ୍କ ଏକ ଫଟୋ ଶେୟାର କରିଛନ୍ତି ।
ଫଟୋରେ ମାମୁ ହର୍ଷବର୍ଦ୍ଧନ ଭଣଜା ବାୟୁକୁ କୋଳରେ ଧରଥିବା ଦେଖାଯାଇଛି । କୁନି ପିଲାଟି ମାମୁଙ୍କ ସହ ଖେଳୁଥିବା ଦେଖାଯାଇଛି । ଫଟୋ ସହ କ୍ୟାପଶନରେ ସୋନମ ଲେଖିଛନ୍ତି, ବାୟୁ ତୁମକୁ ଭଲ ପାଉଛି, ତୁମେ ସବୁଠାରୁ ଭଲ ମାମୁ । ସୋସିଆଲ ମିଡିଆରେ ଏହି ଫଟୋ ଶେୟାର ହେବା ପରେ ପ୍ରଶଂସକଙ୍କ କମେଣ୍ଟସ୍ ଆସିବା ଆରମ୍ଭ ହୋଇଯାଇଛି । ଫ୍ୟାନ୍ସଙ୍କୁ ମାମୁ ଭଣଜାଙ୍କ ଏହି ଯୋଡି ଖୁବ୍ ପସନ୍ଦ ଆସିଛି । ଜଣେ ୟୁଜର ଲେଖିଛନ୍ତି ସୋ କ୍ୟୁଟ, ଆଉ ଜଣେ ଲେଖିଛନ୍ତି ବହୁତ ପ୍ୟାରା, ଆଉ କେତେଜଣ ଫଟୋ ଉପରେ ହାର୍ଟ ଇମୋଜି ସହ ରିଆକ୍ଟ କରିଛନ୍ତି ।
ଏହା ପୂର୍ବରୁ ସୋନମ ତାଙ୍କ ପୁଅ ବାୟୁର ଫଟୋ ଶେୟାର କରିଥିଲେ ବି ଏପର୍ଯ୍ୟନ୍ତ ସେ ତା’ର ମୁଁ ଦେଖାଇ ନାହାନ୍ତି । ଏଥର ବି ସେ ଠିକ୍ ସେଇଆ କରିଛନ୍ତି ।

Share