ଫ୍ଲାଟ ବିକିଲେ ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିକଟରେ ନିଜ ଫ୍ଲାଟ୍‌ ବିକିଛନ୍ତି। ମୁମ୍ବାଇରେ ଅବସ୍ଥିତ ୭ ବର୍ଷ ପୁରୁଣା ବିଳାସପୂର୍ଣ୍ଣ ଫ୍ଲାଟକୁ ସୋନମ ଡିସେମ୍ବର ୨୯ରେ ୩୨.୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ମୁମ୍ବାଇର ବି.କେ.ସିର ସେଣ୍ଟ୍ରାଲ ବିଜ୍‌ନେସ୍‌ ଡିଷ୍ଟ୍ରିକ୍ଟରେ ଏହି ଫ୍ଲାଟ୍‌ଟି ଥିଲା।
ସୋନମ ୨୦୧୫ରେ ଏହି ଫ୍ଲାଟ ୩୧.୪୮ କୋଟି ଟଙ୍କାରେ କିଣିଥିଲେ। ୭ ବର୍ଷ ପରେ ଏହାକୁ ବିକ୍ରି କରିବା ପରେ ସେ ଏଥିରୁ ଏକ କୋଟିରୁ ଅଧିକ ଟଙ୍କା ଲାଭ କରିଛନ୍ତି।
ସ୍କୋୟାର ଫିଟ ଇଣ୍ଡିଆର ପ୍ରତିଷ୍ଠାତା ବରୁଣ ସିଂ କହିଛନ୍ତି, ସୋନମଙ୍କ ଏହି ଫ୍ଲାଟ ମୁମ୍ବାଇର ବି.କେ.ସି. ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ସିବିଡିଟିରେ ଅବସ୍ଥିତ, ଯାହା ସହରର ଅନ୍ୟତମ ଲୋକପ୍ରିୟ ସ୍ଥାନ ଅଟେ। ଏହି ଫ୍ଲାଟ ସହିତ କ୍ରେତା ୪ଟି କାର ପାଇଁ ପୂର୍ଣ୍ଣ ପାର୍କିଂ ସୁବିଧା ମଧ୍ୟ ପାଇବେ। ଏହି ଅଞ୍ଚଳରେ ସୋନମଙ୍କ ଘର ସିଗ୍ନେଚର୍‌ ଆଇଲାଣ୍ଡ ନାମକ ଏକ କୋଠାର ତୃତୀୟ ମହଲାରେ ଥିଲା। କୁହାଯାଉଛି ଯେ ସୋନମଙ୍କ ଏହି ଘର ଏସଏମଏଫ ଇନଫ୍ରାଷ୍ଟ୍ରକଚର ନାମକ ଏକ ପ୍ରସିଦ୍ଧ କମ୍ପାନୀ କିଣିଛି।

Share