ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର

ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ ୨୦୨୩ରେ କ’ଣ ପିନ୍ଧିବେ ଏବେ ତା’ଉପରେ ସମସ୍ତଙ୍କ ନଜର। ଓ୍ବିମ୍ବଲଡନ ବିଶ୍ୱର ସବୁଠାରୁ ପୁରୁଣା ଟେନିସ ଟୁର୍ନାମେଣ୍ଟ। ଏହାକୁ ସବୁଠାରୁ ପ୍ରତିଷ୍ଠିତ ବୋଲି ବି କୁହାଯାଏ। ଏହାର ଆରମ୍ଭ ୧୮୭୭ରେ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଲଗାତାର ଭାବେ ଚାଲି ଆସିଛି। ସୋନମ ପୁରୁଷ ସିଙ୍ଗଲ୍ସ ଫାଇନାଲ କି ମହିଳା ସିଙ୍ଗଲ୍ସ ଫାଇନାଲ କେଉଁଥିରେ ଭାଗ ନେବେ ତା’ର କୌଣସି ସୂଚନା ଏବେ ପର୍ଯ୍ୟନ୍ତ ମିଳି ନାହିଁ।

ନିକଟରେ ସୋନମ ପ୍ୟାରିସ ଫ୍ୟାଶନ ଓ୍ବିକରେ ଡାୟରଙ୍କ ଅଟମ-ଓ୍ବିଣ୍ଟର ଶୋ’ରେ ସାମିଲ ହୋଇଥିଲେ। ତାଙ୍କୁ ଏକ ବେଜ ଡାୟର ଟ୍ରେଞ୍ଚ କୋଟ ସହ ବେଜ ଏ-ଲାଇନ ଡ୍ରେସ, କଳା ବ୍ରୋଗ ଜୋତା ଏବଂ ଏକ ବ୍ଲାକ ପେଜ ବୟ ଟୋପି ସହିତ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସୋନମ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ପାର୍ଟିରେ ଯୋଗ ଦେଇ ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ବ୍ରିଟେନ-ଭାରତ ସମ୍ପର୍କକୁ ପାଳନ କରିଥିଲେ, ଯେଉଁଠାରେ ସେ ଏକ ଧଳା ରଙ୍ଗର ଓଭର କୋଟ ସହ ଏକ ସୁନ୍ଦର ପେଷ୍ଟେଲ ସବୁଜ ସାଢୀ ପିନ୍ଧିଥିଲେ। ଇଂଲଣ୍ଡରେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକରେ ସୋନମ ମଧ୍ୟ ପ୍ରଥମ ଭାରତୀୟ ଅଭିନେତ୍ରୀ ଥିଲେ। ଏହି ସମୟରେ, ସେ ଏକ ଅଫ ସୋଡର ପ୍ରିଣ୍ଟେଡ ଧଳା ପୋଷାକ ପିନ୍ଧିଥିଲେ ଓ ମଞ୍ଚ ଉପରେ ତାଙ୍କର ପ୍ରସ୍ତୁତି ଦେଖାଇଥିଲେ।

Share