ଏମିତି ଅଜବ ପ୍ରଶ୍ନ ପଚାରି ଟ୍ରୋଲ ହେଲେ ସୋନମ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହାକୁ ନେଇ ସେ ଟ୍ରୋଲ ହେଉଛନ୍ତି। ଭାରତରେ କେବେ କରୋନା ଟିକା ଦିଆଯିବ ବୋଲି ସୋନମ ସୋସିଆଲ ମିଡିଆରେ ପଚାରିଥିଲେ। ସେ ଲେଖିଛନ୍ତି, ମୁଁ ବୁଝିପାରୁନି ଆମ ଜେଜେମା ଆଉ ଜେଜେ ବାପା କେବେ କରୋନା ଟିକା ନେବେ। ଯାହାକୁ ନେଇ ମୁଁ ଦ୍ୱନ୍ଦ୍ୱରେ ରହିଛି।

ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ହୋଇସାରିଥିବା ବେଳେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ସୂଚନା ବି ଦେଇଛନ୍ତି। ତଥାପି ସୋନମ ଏପରି ପ୍ରଶ୍ନ ପଚାରିବା ନେଇ ଟ୍ରୋଲ ହୋଇଛନ୍ତି। ୟୁଜରମାନେ କହିଛନ୍ତି, ଯଦି ଏ ବିଷୟରେ ଜାଣିନା ତେବେ ସରକାରୀ ସାଇଟ୍‌ ଯାଇ ଚେକ୍‌ କରନ୍ତୁ। କିଛି ଲୋକ ତାଙ୍କୁ ନ୍ୟୁଜ୍‌ ଦେଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। କିଛି ଲୋକ ପ୍ରକାଶ ଜାଭେଦକର ଦେଇଥିବା ସୂଚନା ସମ୍ପର୍କରେ କହି ଟ୍ରୋଲ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କ ଫୋନ୍‌ରେ ଗୁଗୁଲ ନାହିଁ କି? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆପଣ ନ୍ୟୁଜ୍‌ ପେପର ପଢୁନାହାନ୍ତି ବୋଧେ। ଆଉ ଜଣେ ଲେଖିଛନ୍ତି, ଟିକେ ସାଧାରଣ ଜ୍ଞାନର ବ୍ୟବହାର କର। ଅଫିଇସିଆଲ ସାଇଟ୍‌କୁ ଯାଅ ସବୁ ଜାଣିପାରିବ।

Share