ସୋନମଙ୍କ ଘରୁ ଚୋରି!

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁରଙ୍କ ଘରୁ କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଓ ଟଙ୍କାର ଚୋରି ହୋଇଯାଇଥିବା ଜଣାପଡିଛି । ଅଭିନେତ୍ରୀଙ୍କ ଦିଲ୍ଲୀରେ ଥିବା ଘରୁ ୧.୪୧ କୋଟି ଟଙ୍କାର ଗହଣା ଚୋରି ଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସୋନମ କପୁରଙ୍କ ଦାଦି ଶାଶୁ ତୁଗଲକ ରୋଡ ଥାନାରେ ଅଭିଯୋଗ କରିଛନ୍ତି । ଏହା ଏକ ହାଇ ପ୍ରୋଫାଇଲ ମାମଲା ହୋଇଥିବାରୁ ପୋଲିସ ତୁରନ୍ତ ଯାଞ୍ଚ ଆରମ୍ଭ କରିଛି । କୁହାଯାଉଛି କି ଏହି ମାଲାକୁ ନେଇ ଏକ ସର୍ଚ୍ଚ ଟିମ ଗଠନ କରାଯାଇଛି । ସୂଚନାଯୋଗ୍ୟ, ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ଦିଲ୍ଲୀ ସ୍ଥିତ ଘରେ ୨୫ ଚାକର, ୯ କେୟାର ଟେକରଙ୍କ ବ୍ୟତୀତ ଡ୍ରାଇଭର ଓ ମାଳି ବି କାମ କରୁଛନ୍ତି । ପୋଲିସ ଏବେ ଏମାନେ ସମସ୍ତଙ୍କୁ ଯାଞ୍ଚର ପରିସରକୁ ନେଇଛି । ଅନ୍ୟପଟେ କ୍ରାଇମ ବ୍ରାଞ୍ଚ ଟିମ ବ୍ୟତୀତ ଏଫଏସଏଲର ଟିମ ବି ମାମାଲା ସହ ଯୋଡି ହୋଇ ଯାଇଛନ୍ତି । ଏହା ହାଇ ପ୍ରୋଫାଇଲ ମାମଲା ହୋଇଥିବାରୁ ପୋଲିସ ଚାପରେ ରହୁଛି । ତେବେ ଘଟଣାଟି ଫେବୃୟାରୀ ମାସରେ ହୋଇଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି ।
ସୋନମ କପୁରଙ୍କ ଶାଶୁଘର ୨୨ ଅମୃତା ଶେରଗିଲ ମାର୍ଗରେ । ଏବେ ସୋନମ ଓ ତାଙ୍କ ସ୍ୱାମୀ ଲଣ୍ଡନରେ ରହୁଥିବା ବେଳେ ଦିଲ୍ଲୀ ଘରେ ତାଙ୍କ ଦାଦି ଶାଶୁ ସରଳା ଆହୁଜା(୮୬) ଓ ତାଙ୍କ ପୁଅ ହରିଶ ଆହୁଜା ଓ ବୋହୂ ପ୍ରିୟା ଆହୁଜା ରହୁଛନ୍ତି । ଘରୁ ଚୋରି ହେବା ପରେ ସରଳା ଆହୁଜା ପୋଲିସରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।

Share