ସୋନମ୍‌ଙ୍କ ଫିଟ୍‌ନେସ୍‌ ଟିପ୍ସ

ସୋନମ୍‌ କପୁର ଏବେ ଫିଟ୍‌ନେସ ଟିପ୍ସ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜେ ମଧ୍ୟ ନିଜ ଫିଟ୍‌ନେସ ପ୍ରତି ବେଶ୍‌ ସଚେତନ। ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା ବ୍ୟାୟାମ କରୁଛନ୍ତି। ତା’ ସହ ଯୋଗ, ପ୍ରାଣାୟାମ ମଧ୍ୟ ଚାଲିଛି। ଏ ସମ୍ପର୍କରେ ସୋନମ୍‌ କହନ୍ତି, ‘ମୁଁ ସବୁବେଳେ ମୋ ଫିଟ୍‌ନେସ୍‌ ପ୍ରତି ଗୁରୁତ୍ୱ ଦେଇଥାଏ। ଏବେ ଶୁଟିଂ ନ ଥିଲେ ମଧ୍ୟ ପ୍ରତିଦିନ ଏକ୍ସରସାଇଜ କରିବାକୁ ମୁଁ ଭୁଲୁନାହିଁ। ନିକଟରେ ମୋର କେତେଜଣ ସାଙ୍ଗଙ୍କ ସହ କଥା ହେବା ସମୟରେ ସେମାନଙ୍କୁ ଫିଟ୍‌ନେସ୍‌ ଟିପ୍ସ ଦେଇଥିଲି। ସେମାନେ ତାହାକୁ ଆପଣେଇଛନ୍ତି ତାହା ମୋ ପାଇଁ ବଡ଼ କଥା। ଏବେ ମୋତେ କେତୋଟି ଅଫର ମିଳିଛି, ହେଲେ ଏ ନେଇ କୌଣସି ନିଷ୍ପତ୍ତି ମୁଁ ନେଇନାହିଁ। ପାଖାପାଖି ଦୁଇ ସପ୍ତାହ ଏ ସମ୍ପର୍କରେ ଚିନ୍ତା କରିବା ପରେ ଯାହା ଡିସିସନ୍‌ ନେବି।’

Share