ବିପାଶାଙ୍କୁ ଉପହାର ପଠାଇଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନଭେମ୍ବର ୧୨ରେ ଏକ କନ୍ୟା ସନ୍ତାନର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିବାହର ୬ ବର୍ଷ ପରେ ଏହି କପଲ ଝିଅ ଦେବୀଙ୍କୁ ଘରକୁ ସ୍ବାଗତ କରିଥିଲେ। ଦୁହିଁଙ୍କୁ ବଲିଉଡ୍‌ର ସେଲିବ୍ରିଟିମାନେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଅଭିନେତ୍ରୀ ସୋନମ କପୁର ବିପାଶା ଏବଂ କରଣଙ୍କୁ ଅଭିନନ୍ଦନ ଜଣାଇବା ସହ ଝିଅ ପାଇଁ ଅନେକ ଉପହାର ମଧ୍ୟ ପଠାଇଛନ୍ତି।

ବିପାଶା ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ବେଲୁନ ଏବଂ ବିଭିନ୍ନ ଉପହାର ଦେଖାଯାଉଛି। ଏଥିରେ ଏକ ବାର୍ତ୍ତା ଲେଖାଯାଇଛି- ପ୍ରିୟ ବିପ୍ସ ଏବଂ କରଣ ତୁମ ଦୁହିଁଙ୍କୁ ଅଭିନନ୍ଦନ … ବେବିଙ୍କୁ ଆଶୀର୍ବାଦ ଏବଂ ମୁଁ ନିଶ୍ଚିତ ଯେ ସେହି ‘ଦେବୀ’ ଆପଣଙ୍କୁ ଅଧିକ ଖୁସି ଦେବ। ସୋନମ, ଆନନ୍ଦ ଏବଂ ବାୟୁ। ଏହି ଏସ୍‌ଏମ୍‌ଏସ୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିପାଶା ଲେଖିଛନ୍ତି, ‘ଧନ୍ୟବାଦ ସୋନମ, ଆନନ୍ଦ ଏବଂ ବାୟୁ’ ଦେବୀ ତୁମର ଉପହାରକୁ ଭଲ ପାଇଲେ।

କରଣ ଏବଂ ବିପାଶା ଝିଅର ନାମ ଦେବୀ ରଖିଛନ୍ତି। ସେ ଐଶ୍ୱରୀୟ ହୋଇଥିବାରୁ ତାଙ୍କୁ ମାତା ଦେବୀ ଭାବରେ ନାମକରଣ କରିଛନ୍ତି।

Share