ପିତାଙ୍କ ଜନ୍ମଦିନରେ ପିଲାଦିନର ଫଟୋ ଶେୟାର କଲେ ସୋନମ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତା ଅନିଲ କପୁରଙ୍କ ଜନ୍ମଦିନ। ପିତାଙ୍କ ୬୬ତମ ଜନ୍ମଦିନରେ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ଶେୟାର କରି ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ ପିତାଙ୍କ କାନ୍ଧ ଉପରେ ବସିଥିବା ବେଳେ ଆଉ ଏକ ଫଟୋରେ ନିଜ ପୁଅ ବାୟୁକୁ ଅନିଲ କପୁର ଧରିଥିବା ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ଭଉଣୀ ରିୟାଙ୍କ ସହ ନଜର ଆସିଛନ୍ତି ସୋନମ। ସେ ଏକ ବିସ୍କୁଟ ପ୍ୟାକେଟ ହାତରେ ଧରିଛନ୍ତି। ଅନିଲ ଏକ ଚାଦର ଘୋଡ଼ାଇ ହୋଇ ମଝିରେ ତାଙ୍କୁ ଚାହିଁଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୋନମ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି। ସୋନମ ଲେଖିଛନ୍ତି, ସମଗ୍ର ଦୁନିଆର ଶ୍ରେଷ୍ଠ ଡାଡିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତୁମକୁ ଭଲପାଏ। ତୁମେ ଶ୍ରେଷ୍ଠ। ତୁମେ ଆମ ପାଇଁ ଯାହା କିଛି କର, ସମସ୍ତେ ଏହି ଆଶୀର୍ବାଦ ପାଇବା ଉଚିତ୍‌। ତୁମକୁ ଭଲପାଏ ଡାଡି।

ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅନିଲଙ୍କ ଜନ୍ମଦିନରେ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅନିଲଙ୍କ ଜନ୍ମଦିନରେ ବଲିଉଡ୍‌ର ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share