Categories: ଫୁରସତ

ଭାରତରୁ ପ୍ରତିନିଧିତ୍ୱ କରିବେ ସୋନମ

ଲଣ୍ଡନ: ବ୍ରିଟେନ୍‌-ଇଣ୍ଡିଆ ଓ୍ବିକ୍‌ ୨୦୨୩ ରିସେପ୍ସନ୍‌ରେ ଯୋଗ ଦେବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କୁ ନିମନ୍ତ୍ରଣ କରିଛନ୍ତି। ଖବର ମୁତାବକ ଆୟୋଜିତ ରିସେପ୍ସନ୍‌ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ସୋନମ ପ୍ରତିନିଧିତ୍ୱ କରିବେ। ଏହାପୂର୍ବରୁ ବ୍ରିଟେନ୍‌ର କିଙ୍ଗ୍‌ ଚାଲର୍‌ସ ୩ୟଙ୍କ ରାଜ୍ୟାଭିଷେକ ଅବସରରେ ସୋନମ ଏକମାତ୍ର ବଲିଉଡ୍‌ ଅଭିନେତ୍ରୀ ଭାବେ ଯୋଗଦେଇଥିଲେ। ବ୍ରିଟେନ୍‌-ଇଣ୍ଡିଆ ଓ୍ବିକ୍‌ ୨୦୨୩ ରିସେପ୍ସନ୍‌ କାର୍ଯ୍ୟକ୍ରମ ଋଷି ସୁନକ ହୋଷ୍ଟ କରୁଛନ୍ତି। ୨୬ରୁ ଆରମ୍ଭ ହୋଇଥିବା ରିସେପ୍ସନ୍‌ ୩୦ ପର୍ଯ୍ୟନ୍ତ ଚାଲିବ। ସ୍ବାମୀ ଆନନ୍ଦ ଆହୁଜା, ପୁଅ ବାୟୁ ସହିତ ସୋନମ ଏବେ ଲଣ୍ଡନରେ ରହୁଛନ୍ତି। ପୂର୍ବରୁ ଚାଲର୍‌ସଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେଇ ସୋନମ ଭାରତ ସମ୍ପର୍କରେ ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ। ଆଗାମୀ ଦିନରେ ସୋନମ ଶୋମ ମଖିଜାଙ୍କ ଫିଲ୍ମ ‘ବ୍ଲାଇଣ୍ଡ’ରେ ନଜର ଆସିବେ। ଏଥିରେ ପୂରବ କୋହଲି, ବିନୟ ପାଠକ, ଶୁଭମ ସରଫ ପ୍ରମୁଖ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Share