Categories: ଜାତୀୟ

ଲେହରୁ ସୋନମ୍‌ଙ୍କ ଦିଲ୍ଲୀ ଚଲୋ ପଦଯାତ୍ରା

ଲେହ,୨ା୯: ଖ୍ୟାତନାମା ଜଳବାୟୁ କର୍ମୀ ସୋନମ୍‌ ଓ୍ବାଙ୍ଗଚୁକ୍‌ ରବିବାର ଲେହରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ତାଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ସେମାନଙ୍କର ୪ ସୂତ୍ରୀ ଦାବି ଉପରେ ଲଦାଖର ନେତୃବୃନ୍ଦଙ୍କ ସହ ଅଟକି ରହିଥିବା ଆଲୋଚନା ପୁଣିଥରେ ଆରମ୍ଭ କରିବା ପାଇଁ ସୋନମ୍‌ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ୪ ବର୍ଷ ହେଲା ଲେହ ଶୀର୍ଷ ସଂଗଠନ (ଏଲ୍‌ଏବି) ଏବଂ କାର୍ଗିଲ ଡେମୋକ୍ରାଟିକ୍‌ ଆଲିଆନ୍ସ (କେଡିଏ) ପକ୍ଷରୁ ଆନ୍ଦୋଳନ ଜାରି ରହିଥିବାବେଳେ ରବିବାର ଦିଲ୍ଲୀ ଚଲୋ ପଦଯାତ୍ରା ଆୟୋଜନ କରାଯାଇଛି। ଲଦାଖକୁ ରାଜ୍ୟ ମାନ୍ୟତା ସମେତ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦକୁ ସମ୍ପ୍ରସାରିତ କରିବ, ତ୍ୱରିତ୍‌ ନିଯୁକ୍ତି ପ୍ରକ୍ରିୟା ସମେତ ଲଦାଖ ପାଇଁ ପବ୍ଲିକ୍‌ ସର୍ଭିସ କମିଶନ ଏବଂ କାର୍ଗିଲ ଓ ଲେହ ପାଇଁ ଅଲଗା ଲୋକ ସଭା ଆସନ ନିମନ୍ତେ ସେମାନେ ଦାବି କରିଛନ୍ତି।

Share