ଭୁବନେଶ୍ୱର,୨।୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ସୋମବାର ରାଜ୍ୟର ୧୮ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ୫ ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ସୋନପୁର ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବୌଦ୍ଧରେ ୪୨.୫ ଡିଗ୍ରୀ, ଫୁଲବାଣୀରେ ୪୨.୨, ଟିଟିଲାଗଡ଼ ଏବଂ ତାଳଚେରରେ ୪୨ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଭୁବନେଶ୍ୱର ୩୭.୭ ଏବଂ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।