ରାଜ୍ୟରେ ଲେଉଟିଲା ତାତି: ସବୁଠୁ ଉତ୍ତପ୍ତ ସହର ସୋନପୁର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ରାଜ୍ୟକୁ ତାତି ଫେରିଛି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଶନିବାର ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ରେକର୍ଡ କରାଯାଇଛି। ତେବେ ସୋନପୁର ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଝାରସୁଗୁଡ଼ାଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୋଳରେ ୪୨.୧, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୨, ତାଳଚେରରେ ୪୨.୫, ଭବାନୀପାଟଣାରେ ୪୦, ବଲାଙ୍ଗୀରରେ ୪୩.୨, ଟିଟିଲାଗଡ଼ ୪୨.୫, ମାଲକାନଗିରିରେ ୪୧, ବୌଦ୍ଧରେ ୪୨.୫, ପାରଳାଖେମୁଣ୍ଡିରେ ୪୧.୫, ଯାଜପୁରରେ ୪୦, ବରଗଡ଼ରେ ୪୩.୫, ଦେବଗଡ଼ ୪୨.୮ ଓ ନୂଆପଡ଼ାରେ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି କଟକରେ ୩୭.୮, ଭୁବନେଶ୍ୱରରେ ୩୭.୬, ପାରାଦୀପରେ ୩୩.୮, ପୁରୀରେ ୩୩.୨, ଗୋପାଳପୁରରେ ୩୧.୪, ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Share