ସୋନପୁର ଜିଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ୱର,୧୬ା୬(ଅନିଲ ଦାସ)-ସୋନପୁର ଜିଲା ବିଜେଡି କମିଟିର ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲା ସମେତ ବିଭିନ୍ନ ବ୍ଲକ,ଏନ୍‌ଏସି, ମ୍ୟୁନିସିପାଲିଟିରେ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଏଥିସହିତ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ୧୫, ଯୁଗ୍ମ ସମ୍ପାଦକ ଭାବେ ୧୭ ଏବଂ ସମ୍ପାଦକ ଭାବେ ୨୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସୋନପୁର ଜିଲା ବିଜେଡି ସଭାପତି ଭାବେ ସରୋଜ କୁମାର କାମ୍ପା, ହିମାଂଶୁ ଶେଖର ବିଶ୍ୱାଳ ଡୁଙ୍ଗୁରିପାଲି, ଶଙ୍କର ପ୍ରସାଦ ସା(କବି) ସୋନପୁର, ହେମନ୍ତ କୁମାର ସାହୁ ତରଭା, ଝସକେତନ ବାଘର ଉଲୁଣ୍ଡା, ଦ୍ୱାରିକାନାଥ ସାହୁ ବିନିକା ଏବଂ ସ୍ବୟମ୍ଭୁନାଥ ଖଣ୍ଡଗିରିଙ୍କୁ ବିଏମ୍‌ପୁର ବ୍ଲକ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସୋନପୁର ମ୍ୟୁନିସିପାଲିଟି ସଭାପତି ଭାବେ ଜନ୍ମେଜୟ ପାତ୍ର, ଗଗନ ଅଗ୍ରଓ୍ବାଲ ତରଭା ଏନ୍‌ଏସି ଏବଂ ସୋମନାଥ ମିଶ୍ରଙ୍କୁ ବିନିକା ଏନ୍‌ଏସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅଭିମନ୍ୟୁ କୁଶଲଙ୍କୁ ସୋନପୁର ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଉପସଭାପତି ଭାବେ ରମେଶ ପୂଜାରୀ, ବିଜୟାନନ୍ଦ ମିଶ୍ର, କାଇରୁ ସ୍ବାଇଁ, ମଧୁସୂଦନ ମିଶ୍ର, ଶୈଳେନ୍ଦ୍ର ସାହୁ ଏବଂ ରଞ୍ଜିତ କୁମାର ରଥଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଜିଲାର ଡିଜିଟାଲ ମିଡିଆ ସମ୍ପାଦକ ତଥା କାର୍ଯ୍ୟକାରୀ ସଭାପତି ଭାବେ ବିହାରୀଲାଲ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡିଜିଟାଲ ମିଡିଆ ସେକ୍ରେଟାରି ଭାବେ ମଧୁ ଓତା, କ୍ୟାଶିୟର ଭାବେ ପ୍ରହଲ୍ଲାଦ ନାୟକ, ଅଫିସ ସେକ୍ରେଟାରି ଭାବେ ମାନଭଞ୍ଜନ ବେଡବକ, କୃଷକ ସେଲ୍‌ ସଭାପତି ଭାବେ କରମଚାନ୍ଦ ମହାନ୍ତି, ଏସ୍‌ସି ସେଲ୍‌ ସଭାପତି ଭାବେ ରାଜକୁମାର ସେନା, ଓବିସି ସେଲ୍‌ ସଭାପତି ଭାବେ ରାଜନ ଥେଲାଙ୍କୁ ନିଯୁକ୍ତି ଦିଆଯାଇଛି।

Share