ନୂଆଦିଲ୍ଲୀ,୪।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବୁଧବାର ଗଙ୍ଗାରାମ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସ ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋନିଆଙ୍କ ସହ ଅଛନ୍ତି।
ସୂଚନାଯୋଗ୍ୟ, ସୋନିଆ ମଙ୍ଗଳବାରଠାରୁ ଅସୁସ୍ଥ ଅଛନ୍ତି, ସେଥିପାଇଁ ରାହୁଲ ଏବଂ ପ୍ରିୟଙ୍କା ମଙ୍ଗଳବାର ସାରେ ଉତ୍ତରପ୍ରଦେଶରେ ପ୍ରବେଶ କରିଥିବା ଭାରତ ଯୋଡ଼ୋ ଯାତ୍ରାରେ ସାତ କିଲୋମିଟର ଯାତ୍ରା କରି ଦିଲ୍ଲୀ ଫେରିଥିଲେ।
ସୋନିଆ ଗତ ବର୍ଷ ଜୁନ ମାସରେ ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ କିଛି ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।