Posted inଜାତୀୟ

ଏକ୍‌ଜିଟ୍ ପୋଲ୍‌କୁ ଦେଖି କଂଗ୍ରେସ ତତ୍ପର

ନୂଆଦିଲ୍ଲୀ,୮ ।୧୧: ସରିଛି ବିହାର ବିଧାନସଭା ନିର୍ବାଚନ । ଏବେ ଏକ୍‌ଜିଟ୍ ପୋଲ୍‌ର ଫଳାଫଳକୁ ଦେଖିଲେ ମହାମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡିବ ବୋଲି କୁହାଯାଉଛି । ଆଉ ଏହି ମହାମେଣ୍ଟର ଅଂଶ ହେଉଛି କଂଗ୍ରେସ । ତେଣୁ ଏକ୍‌ଜିଟ୍ ପୋଲ୍‌କୁ ଦେଖି ଏବେ କଂଗ୍ରେସ ତତ୍ପର ହୋଇ ପଡିଥିବା ଦେଖାଯାଇଛି । ଇତିମଧ୍ୟରେ ହାଇ କମାଣ୍ଡର କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଓ ଅବିନାଶ ପାଣ୍ଡେଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ୧୦ ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଏହା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇତିମଧ୍ୟରେ ରଣଦୀପ ସୁରଜେୱାଲା ଓ ଅବିନାଶ ପାଣ୍ଡେଙ୍କୁ ବିହାରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଏହି ଦୁଇ ନେତା ରବିବାର ପାଟନା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବିହାର ନିର୍ବାଚନ ଫଳାଫଳ ପରେ ସେଠାକାର ସ୍ଥିତିକୁ ନେଇ ଏମାନେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ କଥା ହେବେ ଓ ଯାହା ନିଷ୍ପତ୍ତି ନିଆଯିବ ତାହାହିଁ ଚୁଡାନ୍ତ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବିହାର ବିଧାନସଭା ପାଇଁ ଶନିବାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ କିଛି ଏଜେନ୍ସି ନିଜ ନିଜ ଏକ୍‌ଜିଟ୍ ପୋଲ୍ ପରିଣାମ ଘୋଷଣା କରିଛନ୍ତି । ଏଥିରେ ଏନ୍‌ଡିଏଠାରୁ ମହାମେଣ୍ଟ ଆଗରେ ରହିବ ବୋଲି ଦର୍ଶାଯାଇଛି । ଆହୁରି ମଧ୍ୟ ସମସ୍ତ ଏକ୍‌ଜିଟ୍ ପୋଲ୍‌ରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ସବୁଠାରୁ ବଡ ଦଳ ଭାବେ ଉଭା ହେବ ବୋଲି ଅନୁମାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଆକଳନ : ମେ-ଜୁନରେ ଅନ୍ଧାର ହୋଇଯିବ ସାରା ଦେଶ! ବହିବ ଭୟଙ୍କର ଲୁ

ନୂଆଦିଲ୍ଲୀ,୮।୪: ଭାରତରେ ଆସନ୍ତା ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସଙ୍କଟ ଦେଖାଦେଇପାରେ ବୋଲି ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ନ୍ୟାଶନାଲ ଲୋଡ ଡିସପାଚ ସେଣ୍ଟର (ଏନଏଲଡିସି)...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌, ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା!

ଭୁବନେଶ୍ୱର,୮।୪: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ଼ ସୂଚନା । ପରବର୍ତ୍ତୀ କିସ୍ତି ଟଙ୍କା ପାଇଁ ହିତାଧିକାରୀମାନେ...

କେବେ ୫୬୦୦୦ ଖସିଯିବ ସୁନାଦର? ଜିଏସଟି ଓ ମେକିଂ ଚାର୍ଜ ମିଶିଲେ ଆସିବ ଏତିକି, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୪: ଭାରତ ସମେତ ସାରା ବିଶ୍ୱରେ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ସମୟରେ, ଏକ ଖୁସି ଖବର ମଧ୍ୟ ଆସିଛି ଯେ ଏବେ...

ବଲାଙ୍ଗୀର ତହସିଲ ଅଫିସ ମହିଳା କିରାଣୀ ଅସୁସ୍ଥ: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର,୮।୪: ବଲାଙ୍ଗୀର ତହସିଲ ଅଫିସର ଜଣେ ମହିଳା କିରାଣି ମଙ୍ଗଳବାର ଅସୁସ୍ଥ ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମହିଳା କର୍ମଚାରୀ...

ଆଜିଠାରୁ ଲାଗୁ ହେଲା ଓ୍ବକଫ୍‌ ସଂଶୋଧନ ଆଇନ୍‌

ନୂଆଦିଲ୍ଲୀ,୮।୪: ୱକଫ୍‌ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ମନ୍ତ୍ରଣାଳୟ...

ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ

ଗଞ୍ଜାମ,୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ମୃତ୍ୟୁର ୪ବର୍ଷ ପରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼...

ନିକୋଲାସ ପୁରନଙ୍କୁ ବୋଲିଂ କରିବାକୁ ଡରିଲେଣି ବୋଲର୍‌, ଏକାକି ଚେନ୍ନାଇଠାରୁ ଅଧିକ ଛକା ମାରି ଚର୍ଚ୍ଚାରେ

ନୂଆଦିଲ୍ଲୀ,୮।୪: ଆଇପିଏଲ୍‌ ୨୦୨୫ରେ ଚମତ୍କାର ଫର୍ମରେ ଅଛନ୍ତି ନିକୋଲାସ ପୁରନ। ସେ ଯେବେ ବି ବ୍ୟାଟିଂ କରିବାକୁ ଓହ୍ଲାଉଛନ୍ତି, ଚୌକା, ଛକା ବର୍ଷା ହେଉଛି। ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image