Categories: ଜାତୀୟ

‘ଏହା ମୋ ସ୍ବାମୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଥିଲା’: ମହିଳା ସଂରକ୍ଷଣ ବିଲ୍‌କୁ ସୋନିଆଙ୍କ ସମର୍ଥନ

ନୂଆଦିଲ୍ଲୀ,୨୦।୯: ବୁଧବାର ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ସଂସଦର ତୃତୀୟ ଦିନରେ ମହିଳା ସଂରକ୍ଷଣ ବିଲ୍‌ ଅର୍ଥାତ୍‌ ନାରୀଶକ୍ତି ବନ୍ଦନ ବିଲ୍‌ ଉପରେ ବିତର୍କ ଲୋକ ସଭାରେ ଆରମ୍ଭ ହୋଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି , ଏହା ମୋର ସ୍ବାମୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ। ଏହା ସହିତ ସେ ଜାତି ଜନଗଣନା ପାଇଁ ମଧ୍ୟ ଦାବି କରିଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି, ଏହା ମଧ୍ୟ ମୋ ଜୀବନର ଏକ ଭାବପ୍ରବଣ ମୁହୂର୍ତ୍ତ। ପ୍ରଥମ ଥର ପାଇଁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ୱ ନିର୍ଣ୍ଣୟ କରିବାକୁ ଏକ ସାମ୍ବିଧାନିକ ସଂଶୋଧନ ମୋ ସ୍ବାମୀ ରାଜୀବ ଗାନ୍ଧୀ ଆଣିଥିଲେ। କିନ୍ତୁ ଏହା ସାତୋଟି ଭୋଟରେ ରାଜ୍ୟ ସଭାରେ ସୀମିତ ଥିଲା। ସେ ଏହା ମଧ୍ୟ କହିଛନ୍ତି , ପରେ ପିଏମ ପିଭି. ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଏହାକୁ ରାଜ୍ୟ ସଭାରେ ପାରିତ କରିଛନ୍ତି। ଫଳସ୍ବରୂପ, ସ୍ଥାନୀୟ ସଂସ୍ଥା ମାଧ୍ୟମରେ ଆମ ଦେଶରେ ୧୫ ଲକ୍ଷ ନିର୍ବାଚିତ ମହିଳା ନେତା ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ମାତ୍ର ଅଧା ପୂରଣ ହୋଇଛି। ଏହି ବିଲ୍‌ ପାସ ସହିତ ଏହା ସମ୍ପନ୍ନ ହେବ। ସୋନିଆ ଗାନ୍ଧୀ କହିଛନ୍ତି, କଂଗ୍ରେସ ଦଳ ଏହି ବିଲ୍‌କୁ ସମର୍ଥନ କରୁଛି।

Share