Categories: ଜାତୀୟ

ଚିନ୍ତନ ଶିବିର ପୂର୍ବରୁ ଜି-୨୩ଙ୍କୁ ମନାଇବାକୁ ପ୍ରୟାସ

ନୂଆଦିଲ୍ଲୀ,୨୬ ।୪: ରାଜସ୍ଥାନର ଉଦୟପୁରରେ ୧୩ରୁ ୧୫ ମେ’ ମଧ୍ୟରେ ହେବାକୁ ଯାଉଥିବା କଂଗ୍ରେସର ଚିନ୍ତନ ଶିବିରକୁ ଦଳ ‘ନବ ସଂକଳ୍ପ ଚିନ୍ତନ ଶିବିର’ ନାମ ଦେଇଛି । ଏହି ଚିନ୍ତନ ଶିବିରରେ ଦଳ ମୁଖ୍ୟତଃ ୬ଟି ମୁଖ୍ୟ ବିଷୟକୁ ନେଇ ଚର୍ଚ୍ଚା କରିବ । ଏଥିରେ ରାଜନୈତିକ, ଆର୍ଥିକ, ସାମାଜିକ ଚ୍ୟାଲେଞ୍ଜ ସହ କୃଷକ, ଯୁବକଙ୍କଠାରୁ ଆରମ୍ଭ କରି ଦଳର ସଂଗଠନରେ ପରିବର୍ତ୍ତନ ଓ ୨୦୨୪ ଲୋକ ସଭା ନିର୍ବାଚନର ରଣନୀତିକୁ ନେଇ ଚର୍ଚ୍ଚା କରାଯିବ ।
ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୬ଟି ସମିତି ଗଠନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଟ ୫୪ ନାମ ମଧ୍ୟରୁ ଦଳର ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା (ଜି୨୩)ର ବରିଷ୍ଠ ନେତା ଯେମିତିକି ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା, ମନିଷ ତିୱାରୀ, ଶଶି ଥରୁର ଆଦିଙ୍କୁ ଗୁରୁତ୍ୱ ଦିଆଯାଇଛି । ରାଜନୈତିକ ମାମଲା ସମିତିି ସଂଯୋଜକ ମଲ୍ଲିକାର୍ଜୁନ ଖଡଗେ କରିବେ ବୋଲି ଜଣାପଡିଛି । ଏଥିରେ ଗୁଲାମ ନବୀ ଆଜାଦ, ଶାଇ ଥରୁର, ଅଶୋକ ଚୌହାନ ଆଦିଙ୍କୁ ସ୍ଥାନ ଦିଆଯାଇଛି ।

Share