Categories: ଜାତୀୟ

ସୋନିଆଙ୍କ ପାଖରେ ୮୮ କେଜି ରୂପା ସାଙ୍ଗକୁ ୧ କେଜିରୁ ଅଧିକ ସୁନା, ଇଟାଲୀରେ ରହିଛି ସମ୍ପତ୍ତି

ନୂଆଦିଲ୍ଲୀ,୧୬।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଇଟାଲୀରେ ସମ୍ପତ୍ତି ଅଛି। ସୂଚନାନୁସାରେ, ସୋନିଆର ଇଟାଲୀରେ ତାଙ୍କ ପୈତୃକ ସମ୍ପତ୍ତିରେ ଏକ ଅଂଶ ରହିଛି। ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଦିଆଯାଇଥିବା ଆଫିଡେଭିଟ୍‌ରେ ସୋନିଆ ଗାନ୍ଧୀ ଇଟାଲୀରେ ତାଙ୍କ ପିତାଙ୍କ ସମ୍ପତ୍ତିରେ ଥିବା ଅଂଶ ବିଷୟରେ ଉଲ୍ଲେଖ କରିଛନ୍ତି। ସୋନିଆଙ୍କ ବିବରଣୀ ଅନୁଯାୟୀ, ଇଟାଲିରେ ତାଙ୍କୁ ମିଳିଥିବା ପୈତୃକ ସମ୍ପତ୍ତିର ମୂଲ୍ୟ ୨୬, ୮୩, ୫୯୪ ଟଙ୍କା । ଏହି ସମ୍ପତ୍ତିରୁ ସୋନିଆଙ୍କର ପ୍ରତିବର୍ଷ ଆୟ ବି ହେଉଛି। ଏଥିନିମନ୍ତେ ସେ ଆରବିଆଇଠୁ ଲାଇସେନ୍ସ କରିଥିବା ଜଣାଇଛନ୍ତି। ଏହା ବ୍ୟତିତ ସୋନିଆଙ୍କ ପାଖରେ ବର୍ତ୍ତମାନ ୮୮ କିଲୋଗ୍ରାମ ରୂପା ଏବଂ ୧୨୬୭ କିଲୋଗ୍ରାମର ସୁନା ଅଛି । ତାଙ୍କର ୩ ବିଘା ଚାଷ ଜମି ଅଛି, ଯାହା ଦିଲ୍ଲୀର ଡେରାମଣ୍ଡିରେ ଅବସ୍ଥିତ। ଏହି ଜମିର ମୂଲ୍ୟ ହେଉଛି ୫ କୋଟି ୮୮ ଲକ୍ଷ ଟଙ୍କା। ସୋନିଆ ନିଜ ଆୟରେ ଏମ୍‌ପି ରୂପେ ପାଇଥିବା ଦରମା, ରୟାଲିଟିରୁ ହେଉଥିବା ଆୟ, ବ୍ୟାଙ୍କ ଜମା ଉପରେ ଆସିଥିବା ସୁଧ, ମ୍ୟୁଚୁଆଲ ଫଣ୍ଡ ଆଦିକୁ ମଧ୍ୟ ସାମିଲ କରିଛନ୍ତି।

Share