Categories: ଜାତୀୟ

ସୋନିଆଙ୍କ ହେଲଥ୍‌ ଅପଡେଟ୍‌ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତ କିଛି ଦିନରୁ ଅସୁସ୍ଥ ଅଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜୁନ ୧୨ରେ ତାଙ୍କ ନାକରୁ ରକ୍ତ ବାହାରିଥିବା ଜଣାପଡ଼ିଛି। ଏଥିଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କର ଚିକିତ୍ସା ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଚାଲିଛି। ଶୁକ୍ରବାର କଂଗ୍ରେସ ନେତା ତଥା ମହାସଚିବ ଜୟରାମ ରମେଶ ସୋନିଆଙ୍କ ହେଲଥ୍‌ ଅପଡେଟ୍‌ ଜାରି କରିଛନ୍ତି। ଉକ୍ତ ବିବୃତ୍ତିରେ ସେ କହିଛନ୍ତି, ତାଙ୍କ ଶ୍ୱାସନଳୀରେ ସଂକ୍ରମଣ ଥିବାରୁ ଗୁରୁବାର ସୋନିଆଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥିଲା। କୋଭିଡ ପରଠାରୁ ତାଙ୍କ ନିକଟରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ଡାକ୍ତରମାନେ ଲଗାତର ଭାବେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି ଜୟରାମ କହିଛନ୍ତି।

Share