ହସ୍ପିଟାଲରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ, ୩୦ା୭-ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଗୁରୁବାର ରାତିରେ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ହସ୍ପିଟାଲ ଯାଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ଅଧ୍ୟକ୍ଷ ଡ. ଡି.ଏସ୍‌. ରାଣା କହିଛନ୍ତି।
ପ୍ରକାଶ ଯେ, ଗତ ଫେବୃୟାରୀରେ ପେଟରେ ଯନ୍ତ୍ରଣା ହେବାରୁ ସୋନିଆଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥତା ଯୋଗୁ ସେତେବେଳେ ସୋନିଆ ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ଯୋଗଦେଇ ପାରି ନ ଥିଲେ।

Share