Categories: ଜାତୀୟ

ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ,୧୪।୧୧ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ନେତା ନେହେରୁଙ୍କ ସମାଧି ଶାନ୍ତିବନରେ ପହଞ୍ଚି ଫୁଲ ଅର୍ପଣ କରିଥିଲେ। ଟୁଇଟରରେ ଏହାର ଫଟୋ ଶେୟାର କରି କଂଗ୍ରେସ ଦଳ ଲେଖିଛି ଯେ ଭାରତର ବିକାଶରେ ଅବଦାନ ପାଇଁ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଦେଶ ସବୁବେଳେ ମନେ ରଖିବ।

ଏହା ବ୍ୟତୀତ ପଣ୍ଡିତ ନେହେରୁଙ୍କ ଏକ ଭିଡିଓ ମଧ୍ୟ ଦଳ ଟୁଇଟ କରିଛି। ଏହା ଉପରେ ଲେଖାଯାଇଛି, ପିଲାମାନେ ବଗିଚାରେ ଥିବା ଫୁଲ ପରି। ସେମାନଙ୍କ ସହିତ ପ୍ରେମ ଏବଂ କୋମଳତା ଭାବ ପୋଷଣ କରାଯିବା ଉଚିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଏକ ଟୁଇଟରେ ଲେଖିଛନ୍ତି ଯେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଜାତି ପ୍ରତି ତାଙ୍କର ଅବଦାନକୁ ଆମେ ସବୁବେଳେ ମନେ ରଖିବୁ।

Share