Categories: ଜାତୀୟ

ପ୍ରିୟଙ୍କାଙ୍କ ସହ ଚେନ୍ନାଇରେ ପହଞ୍ଚିଲେ ସୋନିଆ, ଡିଏମକେର ମହିଳା ଅଧିକାର ସମ୍ମିଳନୀରେ ହେବେ ସାମିଲ

ଚେନ୍ନାଇ,୧୪।୧୦: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ସେ ଡିଏମକେ ମହିଳା ଅଧିକାର ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟତୀତ ଡିଏମକେ ଏମ୍‌ପି କନିମୋଝୀ କରୁଣାନିଧି ଏବଂ ଟିଆର ବାଲୁ ମଧ୍ୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ତୁରନ୍ତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଯିବ। ଏହି ସମ୍ମିଳନୀରେ ଭାଗ ନେବାକୁ ଡିଏମକେ ଡେପୁଟି ଜେନେରାଲ ସେକ୍ରେଟାରୀ କେ କନିମୋଝୀ ଭାରତର ବିଶିଷ୍ଟ ମହିଳା ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମେତ ବିରୋଧୀ ଦଳ ଇଣ୍ଡିଆର ଅନ୍ତର୍ଭୁକ୍ତ ଦଳର ବହୁ ମହିଳା ନେତା ମଧ୍ୟ ତାମିଲନାଡୁ ସରକାରୀ କାର୍ଯ୍ୟକ୍ରମ ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି।

Share