Categories: ଜାତୀୟ

ଇଡି ଅଫିସ୍‌ରେ ପହଞ୍ଚିଲେ ସୋନିଆ: ବାହାରେ ବିରୋଧ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୨୧।୭: ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପଚରାଉଚରା ପାଇଁ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି। ଏପଟେ ଏହାକୁ ବିରୋଧ କରି କଂଗ୍ରେସକର୍ମୀମାନେ ଇଡି ଅଫିସ୍‌ ବାହାରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ବିରୋଧକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ଶୃଙ୍ଖଳା ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।
ନ୍ୟାଶନାଲ ହେରାଲଡ କାରବାରରେ ସୋନିଆଙ୍କର ଭୂମିକା ନେଇ ଇଡି ତାଙ୍କୁ ପଚରାଉଚରା କରାଯିବ। ଏହି ମାମଲାରେ ପୂର୍ବରୁ ସୋନିଆଙ୍କୁ ଜୁନ ୮ରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କରୋନା ସଂକ୍ରମିତ ହେବା ଯୋଗୁ ହାଜର ପାଇଁ ଅଧିକ ସମୟ ମାଗିଥିଲେ। ଏହାପୂର୍ବରୁ ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇସାରିଛନ୍ତି।
ତେବେ ଇଡିକୁ ଭର୍ତ୍ସନା କରି ସାରା ଦେଶରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ। ଏହାଛଡ଼ା ସମସ୍ତ ରାଜ୍ୟରେ ଥିବା ଇଡି ଅଫିସ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯିବ।

Share