Posted inଜାତୀୟ

ବିଦ୍ରୋହ ପାଇଁ ଦୁଃଖ ପ୍ରକାଶ କଲେ ଗେହଲଟ: ସୋନିଆ କହିଲେ, ଏଭଳି ଆଶା ନ ଥିଲା

ଜୟପୁର,୨୬।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବିରୋଧ କରି ତାଙ୍କର ପ୍ରାୟ ୯୦ ଜଣ ସମର୍ଥକ ବିଧାୟକ ରବିବାର ରାତିରେ ବିଦ୍ରୋହ କରିବା ସହ ସମୂହ ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ। ଯାହାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗେହଲଟ ଏଭଳି କିପରି କରିପାରିଲେ, ତାଙ୍କଠାରୁ ଏଭଳି ଆଶା ନ ଥିଲା। ସୂଚନା ମୁତାବକ, ସୋମବାର ଦିଲ୍ଲୀ ୧୦ଜନପଥ ରୋଡ଼ରେ ଥିବା ସୋନିଆଙ୍କ ବାସଭବନରେ ଏକ ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟ ପ୍ରଭାରୀ ଅଜୟ ମାକେନ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେଇଥିଲେ। ସେମାନେ ସୋନିଆ ଗାନ୍ଧୀଙ୍କୁ ରାଜସ୍ଥାନ ସଙ୍କଟ ଉପରେ ସବିଶେଷ ତଥ୍ୟ ଦେଇଥିଲେ। ଏହାପରେ ସୋନିଆ ଅଜୟ ଓ ଖାର୍ଗେଙ୍କୁ ଏନେଇ ଏକ ଲିଖିତ ରିପୋର୍ଟ ମାଗିଥିଲେ। ଅନ୍ୟପଟେ ବିଧାୟକଙ୍କ ବିଦ୍ରୋହକୁ ନେଇ ଗେହଲଟ୍‌ ସୋମବାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି। ବିଧାୟକମାନଙ୍କ ସମାନ୍ତରାଳ ବୈଠକ ଡାକିବା କାରଣରୁ ବିଦ୍ରୋହର ସୂତ୍ରପାତ ହେଲା। ଏଭଳି ଭୁଲ୍‌ ହେବାର ନ ଥିଲା ବୋଲି ଗେହଲଟ୍‌ କହିଛନ୍ତି। ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟାରେ ବିଧାୟକଙ୍କ ଦଳର ଏକ ସରକାରୀ ବୈଠକ ସହିତ ସମାନ୍ତରାଳ ଭାବେ ବୈଠକ ଡକାଇବା ପାଇଁ କେତେକ ମନ୍ତ୍ରୀଙ୍କୁ ନୋଟିସ୍‌ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ...

ସାମ୍ନାକୁ ଆସିଲା ସୁନ୍ଦରୀ ସ୍ବାଧୀ ହର୍ଷାଙ୍କ ସତ! ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ।...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

video: ପ୍ରେମିକାଙ୍କୁ ବଶୀଭୂତ କରିବାର ଉପାୟ! ମହାକୁମ୍ଭର ସୁନ୍ଦରୀ ସ୍ବାଧୀ ହର୍ଷା ଦେଲେ ମନ୍ତ୍ର, ୧୧ଦିନ ଭିତରେ କାମ ନ ଦେଲେ…

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରେ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ସନ୍ଥ ଏବଂ ମୁନିମାନଙ୍କ ସହିତ କୋଟି କୋଟି ଭକ୍ତଙ୍କ ସମାଗମ ହୋଇଛି। ବିଶ୍ୱାସର ଏହି...

ଭାରତୀୟ ନୌସେନାରେ ଯୋଡ଼ି ହେଲା ୩ ଯୁଦ୍ଧ ଜାହାଜ, ପ୍ରଧାନମନ୍ତ୍ରୀ କହିଲେ ଦେଶର ସୁରକ୍ଷାରେ…

ନୂଆଦିଲ୍ଲୀ,୧୫ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ପହଞ୍ଚି ତିନୋଟି ନୌସେନା ଯୁଦ୍ଧଜାହାଜ-INS ସୁରତ, INS ନୀଳଗିରି ଏବଂ INS ବାଘଶୀରକୁ...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image