ସୋନିଆଙ୍କ ନୂଆ ରିପୋର୍ଟ ବି କରୋନା ପଜିଟିଭ, ଇଡି ପାଖରୁ ମାଗିଲେ ୩ ସପ୍ତାହ ସମୟ

ନୂଆଦିଲ୍ଲୀ,୯ ।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱିତୀୟ ରିପୋର୍ଟ ବି କରୋନା ପଜିଟିଭ ଆସିଛି । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପତ୍ର ଲେଖି ପଚରାଉଚରା ପାଇଁ ୩ ସପ୍ତାହର ସମୟ ମାଗିଛନ୍ତି । ସେ ଇଡିକୁ ୩ ସପ୍ତାହ ସମୟ ମାଗିବା ସହ କହିଛନ୍ତି ଏବେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ କରୋନା ରିପୋର୍ଟ ନେଗେଟିଭ ହୋଇନାହିଁ । ହେଲେ ଏପର୍ଯ୍ୟନ୍ତ ଇଡି ପକ୍ଷରୁ ତାଙ୍କୁ କୌଣସି ଜବାବ ଦିଆଯାଇ ନାହିଁ । ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ସାନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ ପଠାଇଥିଲା । ଏଥିପାଇଁ ଜୁନ ୮ରେ ସୋନିଆ ହାଜର ହେବାର ଥିଲା । ଏହାସହ ରାହୁଲ ଇଡିକୁ ସମୟ ମାଗିଥିବାରୁ ସେ ୧୩ ଜୁନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share