Categories: ଜାତୀୟ

ସୋନିଆଙ୍କ ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୨: ୨୬ ଫେବୃଆରୀରେ ରାଜ୍ୟ ସଭାର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି କାରଣରୁ ରାଜନୈତିକ ଦଳମାନେ କ୍ରମାଗତ ଭାବରେ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ସେପଟେ ଖବର ଆସୁଛି ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇପାରନ୍ତି। ତେବେ ସୋନିଆ ଗାନ୍ଧୀ ରାଜ୍ୟ ସଭା ଗଲା ପରେ ରାଏବରେଲି ଆସନ ଖାଲି ହେବାକୁ ଯାଉଛି। କୁହାଯାଉଛି କି କଂଗ୍ରେସ ଏଠାରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ମଇଦାନକୁ ଓହ୍ଲାଇପାରେ। ଆସନ୍ତା ଏକରୁ ଦୁଇ ଦିନ ମଧ୍ୟରେ କଂଗ୍ରେସ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ।

ସେହିପରି ଅଭିଷେକ ମନୁ ସିଂଘବୀ କର୍ନାଟକରୁ , ଅଖିଳେଶ ପ୍ରସାଦ ସିଂ ବିହାରରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇପାରନ୍ତି। ଏହା ବ୍ୟତୀତ ଦଳ ପୁଣିଥରେ ସୟଦ ନାସିର ହୁସେନ ଏବଂ ଅଜୟ ମାକେନଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିପାରେ। ସେପଟେ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଯଦି ଅଧିକ ବିଧାୟକ କଂଗ୍ରେସ ଛାଡନ୍ତି ତେବେ ମହାରାଷ୍ଟ୍ରରେ କଂଗ୍ରେସ ପାଖରେ ଗୋଟିଏ ବି ରାଜ୍ୟ ସଭା ଆସନ ପାଇଁ ବିକଳ୍ପ ରହିବ ନାହିଁ।

Share