Categories: ଜାତୀୟ

ପୁଣି ଅସ୍ଥାୟୀ ଭାବେ ମଙ୍ଗ ସମ୍ଭାଳିବେ ସୋନିଆ

ନୂଆଦିଲ୍ଲୀ,୨୨।୮: ପୁଣି ୬ ମାସ ଯାଏ କଂଗ୍ରେସର ମଙ୍ଗ ଧରିବେ ସୋନିଆ ଗାନ୍ଧୀ। ଏନେଇ ସୋମବାର କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୬ ମାସ ଭିତରେ ଦଳ ନିଜର ନୂଆ ଅଧ୍ୟକ୍ଷ ଚୟନ କରିିବ। ବର୍ତ୍ତମାନ ଦଳର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ସୋାନିଆ ଗାନ୍ଧୀ ଦାୟିତ୍ୱ ନିର୍ବାହ କରିବେ ବୋଲି ଦଳ ସହମତି ପ୍ରକାଶ କରିଛି। ସୂଚନାଯୋଗ୍ୟ, କଂଗ୍ରେସରେ ନେତୃତ୍ୱ ସଙ୍ଗଟ ମଧ୍ୟରେ ସୋମବାର ସିଡବ୍ଲ୍ୟୁସିର ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ନେତୃତ୍ୱକୁ ନେଇ ୭ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା। ସେହି ସମୟରେ ଦଳର ଅସ୍ଥାୟୀ ଅଧ୍ୟକ୍ଷ ହେବାକୁ ସୋନିଆ ମନା କରିବା ସହ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। କିନ୍ତୁ କେତେକ ନେତା ତାଙ୍କୁ ଏହି ପଦରେ ରହିବାକୁ ନିବେଦନ କରିଥିଲେ।

Share