Categories: ଜାତୀୟ

ଜନ୍ମଦିନ ପାଳିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ କୃଷକ ବିରୋଧ ପ୍ରଦର୍ଶନ ଚାଲିଛି। ତାଙ୍କର ଆନ୍ଦୋଳନର ୧୩ ତମ ଦନରେ କୃଷକମାନେ ଭରତ ବନ୍ଦ ଡାକରା ଦେଇଛନ୍ତି। କଂଗ୍ରେସ ସମେତ ୨୦ରୁ ଅଧିକ ଦଳ ଏହି ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ସେପଟେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତାଙ୍କ ଜନ୍ମଦିନ ବିଷୟରେ ଘୋଷଣା କରିଛନ୍ତି। କୃଷି ନିୟମ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଏବଂ କରୋନା ମହାମାରୀ ଯୋଗୁ ସେ ଡିସେମ୍ବର ୯ରେ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଖାସ୍‌ ଭାବେ ଦିଲ୍ଲୀ ସୀମାରେ ଗତ ୧୩ ଦିନ ହେବ ଲକ୍ଷ ଲକ୍ଷ କୃଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାର ଏହି କୃଷି ଆଇନ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୯ରେ ସୋନିଆ ଗାନ୍ଧୀ୭୪ତମ ଜନ୍ମଦିନ ପାଳନ କରିବେ। ଏହା ସହିତ କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନା ମଧ୍ୟ ଡିସେମ୍ବର ୯ରେ ଅନୁଷ୍ଠିତ ହେବ।

Share