ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲେ ଭାଜପା କର୍ମକର୍ତ୍ତା

କୋରାପୁଟ,୧ା୨(ଅମିତାଭ ବେହେରା): ସୋନିଆ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରପତି ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ତାହାର ପ୍ରତିବାଦ କରିବା ସହ କୋରାପୁଟ ଜିଲା ଭାଜପା ପକ୍ଷରୁ ଦୃଢ଼ ଭାବେ ନିନ୍ଦା କରାଯିବା ସହିତ ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପରେ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି। ଆଦିବାସୀଙ୍କ ପ୍ରତି କଂଗ୍ରେସ ଦଳର ଅସୂୟା ମନୋଭାବ ସ୍ପଷ୍ଟ ହୋଇଛି। ତୃଣମୂଳ ସ୍ତରରେ କଂଗ୍ରେସ ଦଳ ସହ ସୋନିଆ ଗାନ୍ଧୀଙ୍କୁ ବିରୋଧ କରାଯାଇଛି। ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ କୋରାପୁଟ ଜିଲା ଭାଜପା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଓଡ଼ିଆ ଝିଅ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ ଦେଶର ରାଷ୍ଟ୍ରପତି ଆଦିବାସୀ ମହିଳାଙ୍କୁ ଅପମାନ କରିଛି କଂଗ୍ରେସ ଦଳ। ନିଜର ସମ୍ଭ୍ରାନ୍ତପଣିଆ ଗୁଣ ଏବେ ଯାଏ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କର ଯାଇ ନାହିଁ ବୋଲି ଜିଲା ଭାଜପା ଅଭିଯୋଗ କରିଛି। ଏଥିପାଇଁ ଭାରତବର୍ଷର ଏସ୍‌ସି, ଏସ୍‌ଟି, ଓବିସି ଶ୍ରେଣୀର ପରିବାର କେବେ ମଧ୍ୟ କଂଗ୍ରେସକୁ କ୍ଷମା ଦେବେ ନାହିଁ। ରାଷ୍ଟ୍ରପତିଙ୍କୁ ସମ୍ପର୍କରେ ସୋନିଆ ଗାନ୍ଧୀ ଅସୂୟା ମନ୍ତବ୍ୟ ଦେଇଥିବାରୁ ପ୍ରତିବାଦ କରିଛି କୋରାପୁଟ ଜିଲା ଭାଜପା ସଭାପତି ସୁମନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଧାରଣା କାର୍ଯ୍ୟକ୍ରମରେ ଜିଲା ଭାଜପା ଉପସଭାପତି ଦେବୀପ୍ରସାଦ କର, ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ପଟ୍ଟନାୟକ, ନୃପେନ୍ଦ୍ର ବାଘ, ଶିବ ମୁଦୁଲିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲାଗି କାଜୁ ଫସଲ ନଷ୍ଟ

କୋକସରା,୬ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ନିକଟରେ ଥିବା କାଜୁ ଜଙ୍ଗଲ ସମେତ ଆଖପାଖ ଚାଷଜମିରେ ଗୁରୁବାର ନିଆଁ...

ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ବର,୬।୩: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ଜଷ୍ଟିସ...

ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୬ା୩(ଗୌରୀଶଙ୍କର ପଣ୍ଡା): ଛତିଶଗଡ ସୁକ୍‌ମା ଜିଲାରେ ଯବାନମାନେ ମାଓ କ୍ୟାମ୍ପ ଉପରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୁକ୍‌ମା ଜିଲା ଚିନ୍ତାଲନାର...

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, ଭୁବନେଶ୍ୱର ଏୟାରଲିଫ୍ଟ

ରାୟଗଡ଼ା/ମୁନିଗୁଡ଼ା,୬।୩(ଆଶିଷ ରଞ୍ଜନ ପଣ୍ଡା/ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର...

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ, ବ୍ୟାଙ୍କ କର୍ମଚାରୀ ଗିରଫ

ଭୁବନେଶ୍ୱର,୬ା୩(ସୂର୍ଯ୍ୟକାନ୍ତ ବେହେରା): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ଇନ୍‌ଫୋସିଟି ପୋଲିସ ଜଣେ ଯୁବକଙ୍କୁ...

ବଡ଼ ଖବର: ମାର୍ଚ୍ଚ ୮-୯ରେ ହେବାକୁ ଥିବା ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୬।୩: ମାର୍ଚ୍ଚ ୮ ଏବଂ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍‌ ବି ପରୀକ୍ଷା ସ୍ଥଗିତ କରାଯାଇଛି। । OPRB ଦ୍ୱାରା ହେବାକୁ ଥିବା...

ବାଇକ ଧକ୍କାରେ ବୃଦ୍ଧ ଗୁରୁତର: ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତାରୋକୋ

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବାଇକ...

ନୂଆ ଆପରାଧିକ ଆଇନ ସଚେତନତା: ବହୁସଂଖ୍ୟାରେ ଜନସାଧାରଣଙ୍କ ଯୋଗଦାନ

ଲାଞ୍ଜିଗଡ଼,୫ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନା ପକ୍ଷରୁ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶାଳଙ୍କ ସଭାପତିତ୍ୱରେ ଛତ୍ରପୁର ପଞ୍ଚାୟତ ଅଧିନସ୍ଥ ମସ୍କI...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image