Categories: ଜାତୀୟ

ବୀରଭୂମିରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୋନିଆ-ଖାର୍ଗେ…

ନୂଆଦିଲ୍ଲୀ,୨୦।୮ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସୋନିଆ ଗାନ୍ଧୀ ଦିଲ୍ଲୀର ବୀରଭୂମିରେ ପହଞ୍ଚିଥିଲେ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ଖାଗେର୍ର୍ କହିଛନ୍ତି ରାଜୀବ ଗାନ୍ଧୀ ଭାରତର ଜଣେ ମହାନ ପୁତ୍ର। ସେ ଜଣେ ନେତା ଥିଲେ ଯିଏ ଲକ୍ଷ ଲକ୍ଷ ଭାରତୀୟଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଥିଲେ।

Share