Categories: ଜାତୀୟ

୫ ରାଜ୍ୟ ଅଧ୍ୟକ୍ଷଙ୍କଠାରୁ ଇସ୍ତଫା ମାଗିଲେ ସୋନିଆ…

ନୂଆଦିଲ୍ଲୀ, ୧୫।୩ : ବିଧାନସଭା ନିର୍ବାଚନରେ ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ପୁନର୍ଗଠନ ପ୍ରକିୟା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡର ରାଜ୍ୟ ଅଧ୍ୟକ୍ଷଙ୍କଠାରୁ ସୋନିଆ ଇସ୍ତଫା ମାଗିଛନ୍ତି।

ନିର୍ବାଚନ ଫଳାଫଳ ପରେ ପଞ୍ଜାବ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁ ଇସ୍ତଫା ପ୍ରଦାନ କରିଥିଲେ। ସେହିପରି ଉତ୍ତରାଖଣ୍ଡର ପ୍ରଦେଶ ଅଧ୍ୟକ୍ଷ ଗଣେଶ ଗୋଦିଆଲ ମଧ୍ୟ ଇସ୍ତଫା ଦେଇ ସାରିଛନ୍ତି। ଏବେ ମଣିପୁରର ଏନ୍‌.ଲୋକେନ୍‌ ସିଂ, ଉତ୍ତରପ୍ରଦେଶର ଅଜୟ କୁମାର ଲଲ୍ଲୁ ଏବଂ ଗୋଆର ଅଧ୍ୟକ୍ଷ ଗିରିଶ ଚୋଣ୍ଡାକର ଅଛନ୍ତି।

Share