
ନୂଆଦିଲ୍ଲୀ,୧।୪(ପି.ଟି.): କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ନିନ୍ଦା କରିଛନ୍ତି। କ୍ଷମତାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇ ସେକ୍ଟରରେ ପୁଞ୍ଜିନିବେଶର ଆଉଟ୍ସୋର୍ସିିଂ ଏବଂ ପାଠ୍ୟପୁସ୍ତକଗୁଡ଼ିକର ସାମ୍ପ୍ରଦାୟୀକରଣ ଉକ୍ତ ଶିକ୍ଷାନୀତିର ମୁଖ୍ୟ ଏଜେଣ୍ଡା। ଉପରୋକ୍ତ ୩ ‘ସି’ ଏବେ ଭାରତୀୟ ଶିକ୍ଷାକୁ ଘାରିଥିବା କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା କହିଛନ୍ତି। ଭାରତୀୟ ଶିକ୍ଷା ବ୍ୟବସ୍ଥାର ‘ହତ୍ୟା’ ବନ୍ଦ ହେବା ଜରୁରୀ ବୋଲି ସେ ଏକ ପ୍ରବନ୍ଧରେ ଲେଖିଛନ୍ତି। ଏଥିରେ ସୋନିଆ କହିଛନ୍ତି, ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଆଣିବା ପଛରେ ସରକାରଙ୍କ ବାସ୍ତବତା ଲୁଚି ରହିଛି, ଯାହା ଭାରତର ପିଲା ଓ ଯୁବବର୍ଗଙ୍କ ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ଉଦାସୀନ। କେନ୍ଦ୍ର ସରକାରଙ୍କ ଗତ ଦଶନ୍ଧିର ଟ୍ରାକ୍ ରେକର୍ଡ ଦେଖିଲେ ଜଣାଯାଏ, ଏହା କେବଳ ତିନୋଟି ମୁଖ୍ୟ ଏଜେଣ୍ଡାର ସଫଳ କାର୍ଯ୍ୟକାରିତା ପାଇଁ ଚିନ୍ତିତ। ସେଗୁଡ଼ିକ ହେଲା କେନ୍ଦ୍ର ସରକାରଙ୍କ ସହ କ୍ଷମତା କେନ୍ଦ୍ରୀକରଣ, ବ୍ୟବସାୟୀକରଣ ଏବଂ ଘରୋଇ କ୍ଷେତ୍ରରେ ଶିକ୍ଷାରେ ନିବେଶର ଆଉଟ୍ସୋର୍ସିଂ, ପାଠ୍ୟପୁସ୍ତକ, ପାଠ୍ୟକ୍ରମ ଓ ଶିକ୍ଷାନୁଷ୍ଠାନର ସାମ୍ପ୍ରଦାୟୀକରଣ ବୋଲି ସୋନିଆ ଲେଖିଛନ୍ତି।