Posted inଜାତୀୟ

ସୋନିଆ ରାଜ୍ୟ ସଭା ଯିବା ନିଶ୍ଚିତ: ରାୟବରେଲୀରୁ ଲଢ଼ିବେ ନାହିଁ…

ନୂଆଦିଲ୍ଲୀ,୧୨।୨ : କଂଗ୍ରେସର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟ ସଭା ଯିବାକୁ ପ୍ରାୟ ନିଶ୍ଚିତ ହୋଇଛି। ସୋମବାର ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ସେ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବାର ଯୋଜନା ରହିଛି।

ତେବେ ଏହା ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟ ମାଧ୍ୟମରେ ସେ ରାଜ୍ୟ ସଭାରେ ପହଞ୍ଚି ପାରିବେ ବୋଲି ଆଲୋଚନା ହୋଇଥିଲା। ଏହି ସମୟରେ ଦଳ ପକ୍ଷରୁ ଖବରଦାତାଙ୍କୁ ସୂଚନା ପ୍ରଦାନ କରାଯାଇଛି ଲୋକସଭା ନିର୍ବାଚନରେ ସୋନିଆ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ସମ୍ଭାବନା ରହିଛି। ସ୍ବସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ସେ ଏହା କରିପାରନ୍ତି ।

ସୋନିଆଙ୍କ ପାଇଁ ଏପ୍ରିଲ-ମେ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ସେମାନଙ୍କ ପାଇଁ ପ୍ରଚାର କରିବା ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରାଯାଉଛି। ଏହି କାରଣରୁ ରାଜନୈତିକ ମହଲରେ ୭୮ ବର୍ଷିୟା ସୋନିଆ ଗାନ୍ଧୀଙ୍କୁ ନେଇ ଏକ ବଡ ପ୍ରଶ୍ନ ଉଠିଥିଲା କି ସେ ଏଥର ୟୁପିରେ ରାୟବରେଲରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ।

ଏହି ପ୍ରଶ୍ନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଯଦି ସୋନିଆ ଗାନ୍ଧୀ ରାୟବରେଲୀରୁ ପ୍ରତିଦ୍ୱନ୍ଦ୍ୱିତା ନ କରିବେ, ତେବେ ସେଠାରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ? ତାଙ୍କ ଝିଅ ତଥା କଂଗ୍ରେସ ନେତା ପ୍ରିୟଙ୍କା ଭଦ୍ରା ଗାନ୍ଧୀ ସେଠାରୁ ସୁଯୋଗ ପାଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା।

ରାୟବରେଲୀ ଆସନ ଆରମ୍ଭରୁ କଂଗ୍ରେସ ଏବଂ ଗାନ୍ଧୀ ପରିବାର ପାଇଁ ସ୍ବତନ୍ତ୍ର ଥିଲା। ଏହା ତାଙ୍କର ଉତ୍ତରାଧିକାରୀ ସହିତ ଜଡିତ ଏକ ରାଜନୈତିକ ଆସନ। ସୋନିଆ ଗାନ୍ଧୀଙ୍କ ପୂର୍ବରୁ ଫିରୋଜ ଗାନ୍ଧୀ (ଜବାହରଲାଲ ନେହେରୁଙ୍କ ଜ୍ବାଇଁ), ଇନ୍ଦିରା ଗାନ୍ଧୀ, ଅରୁଣ ନେହେରୁ, ଶିଲା କୌଲ (କମଲା ନେହେରୁଙ୍କ ଭାଇଙ୍କ ସ୍ତ୍ରୀ) ଏହି ଆସନରୁ ଲଢ଼ିଛନ୍ତି। କେବଳ ଗାନ୍ଧୀ ପରିବାର ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରୁ ୨୬ ରାଫାଲ ଜେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ,୨୦।୪: ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦...

ଠାକ୍‌ରେ ଭ୍ରାତା ଏକାଠି ହେବା ଚର୍ଚ୍ଚାକୁ ସଞ୍ଜୟ ରାଉତଙ୍କ ଖଣ୍ଡନ

ମୁମ୍ବାଇ,୨୦।୪: ପରସ୍ପରଠାରୁ ଦୂରେଇ ଯାଇଥିବା ଉଦ୍ଧବ ଠାକ୍‌ରେ ଏବଂ ରାଜ୍‌ ଠାକ୍‌ରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ...

ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି?

ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଖାଦ୍ୟ ପାଇଁ ଆପଣଙ୍କୁ ଟିକେଟ ସହିତ ତା’ର ମୂଲ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା ନକରନ୍ତି, ତେବେ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image