Categories: ଜାତୀୟ

ସୋନିଆ ଶୀଘ୍ର ଗ୍ରହଣ କରନ୍ତୁ କଡ଼ା ପଦକ୍ଷେପ, ଆନନ୍ଦ ଶର୍ମାଙ୍କ ଅନୁରୋଧ…

ନୂଆଦିଲ୍ଲୀ,୩୦।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ ନେଇ କପିଲ ସିବଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ନେଇ ତାଙ୍କ ଘର ଆଗରେ କେତେକ କର୍ମୀ ଭ୍‌ଗାରୁଜା କରୁଥିବା ଖବର ଆସିବା ପରେ ଦଳର ବରିଷ୍ଠ ସଦସ୍ୟ ଆନନ୍ଦ ଶର୍ମା ମୁହଁ ଖୋଲିଛନ୍ତି। ସେ ଏହାକୁ ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ କର୍ମୀଙ୍କ ଏଭଳି ଆଇନ ବିରୋଧୀ କାର୍ଯ୍ୟ ନେଇ ସୋନିଆ ଗାନ୍ଧୀ କଡ଼ା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଆନନ୍ଦ ଟୁଇଟ୍‌ କରି କହିଛନ୍ତି ଯେ, କଂଗ୍ରେସ ସବୁବେଳେ ବାକ୍‌ ସ୍ବାଧୀନତାକୁ ଗୁରୁତ୍ୱ ପ୍ରଦାନ କରିଥାଏ। ଭିନ୍ନ ଭିନ୍ନ ଚିନ୍ତା ଧାରା ଲୋକତନ୍ତ୍ରରେ ରହିବା ଅତି ସାଧାରଣ କଥା। ଏଥିରେ ବ୍ୟସ୍ତ ହେବା କାରଣ ନାହିଁ।
କଂଗ୍ରେସର ଅସନ୍ତୁଷ୍ଟ ଗ୍ରୁପ୍‌-୨୩ରେ କପିଲ୍‌ ସିବଲ ସାମିଲ ହୋଇଥିଲେ।

Share