Advertisement

ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ

ନୂଆଦିଲ୍ଲୀ, ୧୦।୮(ପି.ଟି.): ନୂଆ ଅଧ୍ୟକ୍ଷ ନିର୍ବାଚନ ଲାଗି ଉପଯୁକ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ନ ହେବା ଯାଏ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ ବୋଲି ରବିବାର ଦଳ ପକ୍ଷରୁ କୁହାଯାଇଛି। ଗତବର୍ଷ ଅଗଷ୍ଟ ୧୦ରେ ସୋନିଆ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ସୋମବାର ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ତେବେ ସୋମବାରଠାରୁ ଏହି ପଦ ଖାଲିପଡ଼ିବ ନାହିଁ। ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବେ ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭି ଅନଲାଇନ ଜରିଆରେ ଗଣମାଧ୍ୟମକୁ କହିଛନ୍ତି। ନିର୍ବାଚନ ପ୍ରକ୍ରିୟା ଉପରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) କାର୍ଯ୍ୟ କରୁଛି ଏବଂ ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share